ସଲମାନ୍‌ଙ୍କ ଜାମିନ୍‌ ଆବେଦନ ଶୁଣାଣି ଶେଷ; ରାୟ ଅପରାହ୍ଣ ୨ଟା ପରେ

ଯୋଧପୁର: ସଲମାନ୍‌ ଖାଁ’ଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି। ଅପରାହ୍ଣ ୨ଟା ପରେ ନିଷ୍ପତ୍ତି ଶୁଣାଯିବ।

ଆଜି ପୂର୍ବାହ୍ନ ୧୧ଟା ପରେ ଯୋଧପୁର ସେସନ୍ସ କୋର୍ଟରେ ଅଭିନେତା ସଲମାନ୍‌ଙ୍କ ଜାମିନ ଆବେଦନ ଶୁଣାଣି ଆରମ୍ଭ ହୋଇଥିଲା। ଅଦାଲତର କେସ୍‌ ତାଲିକାର ୧୫ ନମ୍ବରରେ ଥିଲା ସଲମାନ୍‌ଙ୍କର ଆବେଦନ ମାମଲା।

ପ୍ରଥମେ ସଲମାନ୍‌ଙ୍କ ଭଉଣୀ ଓ ଅଙ୍ଗରକ୍ଷୀ ଅଦାଲତରେ ପହଞ୍ଚିଥିଲେ। ବିଚାରପତି ଦେବ କୁମାର ଖାତ୍ରୀଙ୍କୁ ପଦନ୍ନୋତି ଦିଆଯାଇ ବଦଳି କରାଯାଇଥିବାରୁ ନୂତନ ବିଚାରପତି ରବୀନ୍ଦର୍‌ କୁମାର ଦାୟିତ୍ୱ ଗ୍ରହଣ କରିଥିଲେ।

ପୂର୍ବରୁ କେସ୍‌ ଡାଏରି ଦାଖଲ କରାଯାଇ ନ ଥିବାରୁ ନିଷ୍ପତ୍ତି ଶୁଣାଇବାକୁ ବିଚାରପତି ମନା କରି ଦେବା ପରେ ପୁନଶ୍ଚ କେସ୍‌ ଡାଏରି ଦାଖଲ କରାଯାଇଥିଲା। ପରେ ପରେ ସଲମାନଙ୍କ ଜାମିନ୍‌ ଆବେଦନ ଉପରେ ଯୁକ୍ତିତର୍କ ଉପସ୍ଥାପନ କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ପହଞ୍ଚାଯାଇଥିଲା।

ମଧ୍ୟାହ୍ନ ଭୋଜନ ବିରତି ପରେ ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଯିବ ବୋଲି ବିଚାରପତି ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର