ଦେଶରେ ଲୁଣ ସଂକଟ ଆଶଙ୍କା

ରାଜକୋଟ : ଦେଶର ଅଧିକାଂଶ ଅଞ୍ଚଳରେ ଲୁଣ ସଂକଟ ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି। ପରିବହନରେ ସମସ୍ୟା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ସୂଚନା ମୁତାବକ, ଗୁଜରାଟର କଚ୍ଛ ଜିଲ୍ଲାର ଗାନ୍ଧିଧାମରେ ଥିବା ଅନେକ ଉତ୍ପାଦନସ୍ଥଳୀରେ ୮ ଲକ୍ଷ ଟନ୍‌ ଲୁଣ ଗଦା ହେଲାଣି। କିନ୍ତୁ ଏଥିପାଇଁ ଯଥେଷ୍ଟ ରେଳ ରେକ୍‌ ଉପଲବ୍ଧ ହୋଇପାରୁ ନାହିଁ। ଏ ପରିସ୍ଥିତି ଯଦି ଲାଗିରହେ, ତେବେ ଆଗାମୀ କିଛିଦିନ ମଧ୍ୟରେ ଲୁଣ ସଂକଟ ଦେଖାଦେଇପାରେ। ଗୁଜରାଟରେ ମୋଟ ୨୦ଟି ଲୁଣ ବିଶୋଧନକାରୀ ମଧ୍ୟରୁ ୧୪ଟି କେବଳ ଗାନ୍ଧିଧାମରେ ରହିଛି। ଏଠାରେ ଉତ୍ପାଦିତ ଲୁଣ ବିଭିନ୍ନ ନାମୀ ବ୍ରାଣ୍ଡ୍‌କୁ ଯୋଗାଇ ଦିଆଯାଇଥାଏ।

ସମ୍ବନ୍ଧିତ ଖବର