ଏକ ଟୁଇଟର ସ୍କ୍ରିନସଟ୍ ସେୟାର କରି ପ୍ରିୟଙ୍କା ଗାନ୍ଧୀଙ୍କୁ ଆକ୍ଷେପ କରିଲେ ବିଜେପି ନେତା ଡକ୍ଟର ସମ୍ବିତ ପାତ୍ରା

ନୂଆଦିଲ୍ଲୀ: ଏକ ଟିଭି ଡିବେଟରେ ଆମନେ ସାମନେ ହୋଇଥିଲେ କଂଗ୍ରେସର ମୁଖପାତ୍ର ଗୌରବ ବଲ୍ଲଭ ଏବଂ ବିଜେପି ନେତା ଡକ୍ଟର ସମ୍ବିତ ପାତ୍ରା। ଏଦୁଇ ନେତାଙ୍କ ମଧ୍ୟରେ ଶୂନକୁ ନେଇ ଜୋରଦାର ଯୁକ୍ତିତର୍କ ହୋଇଥିଲା। ଏବେ ଏହି ଲଢେଇ ଟୁଇଟରରେ ବି ଆର ମ୍ଭ ଚାଲିଥିବା ଜଣାଯାଇଛି।

ଏହି ଟିଭି ବିତର୍କରେ ୫ଟ୍ରିଲିୟନ ଡଲାର ଅର୍ଥନୀତିକୁ ନେଇ ଚର୍ଚ୍ଚା କାଯାଉଥିବା ସମୟରେ କଂଗ୍ରେସର ମୁଖପାତ୍ର ଗୌରବ ବଲ୍ଲଭ ଡକ୍ଟର ସମ୍ବିତ ପାତ୍ରାଙ୍କୁ କହିଥିଲେ ଯେ ଆପଣ କୁହନ୍ତ୫ ଟ୍ରିଲିୟନରେ କେତୋଟି ଶୂନ ଅଛି। ସମ୍ବିତ ଏହାର ଉତ୍ତରରେ କହିଥିଲେ ଯେ, ଆପଣ ରାହୁଲ ଗାନ୍ଧୀଙ୍କୁ ପଚାରନ୍ତୁ ସେ ଠିକ୍ ଭାବେ କହପାରିବେ। ଏହାକୁ ନେଇ ତାପରେ ଉଭୟଙ୍କ ଭିତରେ ଜୋରଦାର ଯୁକ୍ତିତର୍କ ହୋଇଥିଲା। ଦୁଇ ନେତାଙ୍କ ମଧ୍ୟରେ ଏହି ଜୋରଦାର ଯୁକ୍ତତର୍କର ଭିଡିଓ ଟୁଇଟରରେ ଟ୍ରେଣ୍ଡ ହେଉଥିବା ଜଣାଯାଇଛି।

photo-oneindia

ଡକ୍ଟର ସମ୍ବିତ ପାତ୍ରା ପ୍ରିୟଙ୍କା ଗାନ୍ଧୀଙ୍କ ଏକ ଟୁଇଟର ସ୍କ୍ରିନ ସଟ ସେୟାର କରି ପ୍ରିୟଙ୍କାଙ୍କୁ ବି ଆକ୍ଷେପ କରିଛନ୍ତି। ସେ ଲେଖିଛନ୍ତିଯେ, ‘ପ୍ରିୟଙ୍କା ଗାନ୍ଧିଜୀ , ମୁଁ ରାହୁଲ ଗାନ୍ଧୀ ନୁହେଁ, ଯିଏ ଶୂନକୁ ଛାଡି ଆଉ କିଛି ଜାଣନ୍ତି ନାହିଁ। ନା ମୁଁ ରବର୍ଟ ଭଦ୍ରା , ଯିଏ ଶୂନକୁ କେବଳ ନିଜ ରାଜକୋଷ ଭରିବା ପାଇଁ ଜାଣନ୍ତି।’ ସ ମ୍ବିତ ପ୍ରିୟଙ୍କାଙ୍କୁ ପ୍ରଶ୍ନପଚାରି ଲେଖିଛନ୍ତି ଯେ, ମିଷ୍ଟର ଭଦ୍ରା ଇଡିକୁ ଜଣାଇଛନ୍ତି ଯେ, ତାଙ୍କ ପକେଟ ରେ କେତୋଟି ଶୂନ ଅଛି,ଏବଂ ସେ କ’ଣ ଚିଦମ୍ବରମଙ୍କ ସହ ଇଡିର ପଚରା ଉଚରାରେ ଯୋଗଦେବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର