ସମଲିଙ୍ଗୀ ବିବାହକୁ ଅଷ୍ଟ୍ରେଲୀୟ ସଂସଦ ସ୍ୱୀକୃତି ଦେଲା, ବହୁମତରେ ବିଲ୍‌ ପାରିତ

ମେଲବୋର୍ଣ୍ଣ : ଅଷ୍ଟ୍ରେଲୀୟ ସଂସଦ ଗୁରୁବାର ସମଲିଙ୍ଗୀ ବିବାହକୁ ଅନୁମତି ପ୍ରଦାନ କରିଛି। ଆସନ୍ତା ବର୍ଷ ଫେବୃଆରି ମାସରେ ଦେଶରେ ପ୍ରଥମ ସମଲିଙ୍ଗୀ ବିବାହ ଅନୁଷ୍ଠିତ ହେବାକୁ ଯାଉଛି। ଅଷ୍ଟ୍ରେଲିଆର ପ୍ରତିନିଧି ସଭା ବିବାହର ନୂଆ ପରିଭାଷା ନିର୍ଣ୍ଣୟ କରି କହିଛନ୍ତି , ବିବାହ ଦୁଇ ବ୍ୟକ୍ତିଙ୍କ ସମନ୍ଵୟରେ ହୋଇଥାଏ ସେ ଦୁଇ ପୁରୁଷ ହୁଅନ୍ତୁ ବା ନାରୀ। ଏ ସଂପର୍କୀତ ବିଲଟି ବହୁମତରେ ପାରିତ ହୋଇଥିବାରୁ ସାଂସଦରେ ଏହାକୁ ନେଇ କେହି ମଧ୍ୟ ପ୍ରଶ୍ନ ଉଠାଇ ନାହାନ୍ତି। ଆଠ ସପ୍ତାହ ଧରି ହୋଇଥିବା ଏକ ସର୍ଭେରେ ଦେଶର ୧୨.୭ ବିଲିୟନରୁ ଅଧିକ ଲୋକ ସମଲିଙ୍ଗୀ ବିବାହକୁ ସମର୍ଥନ କରିବାର ଦେଖାଯାଇଥିଲା।

ବିପୁଳ ପରିମାଣର ଭୋଟ ଯୋଗୁଁ ସରକାର ଖ୍ରୀଷ୍ଟମାସ ପୂର୍ବରୁ ବିବାହ ଆଇନରେ ପରିବର୍ତ୍ତନ କରିବାର ଲକ୍ଷ୍ୟ ରଖାଯାଇଥିଲା। ଅଷ୍ଟ୍ରେଲିଆର ଲକ୍ଷାଧିକ ଲୋକ ସମଲିଙ୍ଗୀ ବିବାହକୁ ଭାରୀ ମାତ୍ରାରେ ସମର୍ଥନ କରିଥିଲେ। ବର୍ତ୍ତମାନ ଅଷ୍ଟ୍ରେଲୀୟ ସଂସଦ ଏହାକୁ ମଞ୍ଜୁର କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମାଲକମ୍‌ ଟର୍ଣ୍ଣବୁଲ କହିଛନ୍ତି।

ସମ୍ବନ୍ଧିତ ଖବର