୨୦୧୯ ନିର୍ବାଚନ ପାଇଁ ସମର୍ଥନ ଓ ଆଶୀର୍ବାଦ ଭିକ୍ଷା କରି ଯୋଗଗୁର ବାବା ରାମଦେବଙ୍କ ଶରଣ ପଶିଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

ନୂଆଦିଲ୍ଲୀ: ପ୍ରଥମେ କର୍ଣ୍ଣାଟକରେ ଶାସନ କ୍ଷମତା ହାତେଇ ନପାରିବା ଓ ପରେ ପରେ ଅନୁଷ୍ଠିତ ଉପ-ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତାମାନଙ୍କ ଆଖିରୁ ନିଦ ହଜାଇ ଦେଇଛି। ବିଶେଷ କରି ୨୦୫୦ ପର୍ଯ୍ୟନ୍ତ କ୍ଷମତାରେ ରହିବା ପାଇଁ ଦଳୀୟ ନେତା ଓ କର୍ମୀମାନଙ୍କୁ ପ୍ରୟାସ କରିବାକୁ ଆହ୍ଵାନ ଦେଉଥିବା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ୨୦୧୯ ସାଧାରଣ ନିର୍ବାଚନକୁ ଏ ପରିସ୍ଥିତରେ କେମିତି ସାମ୍ନା କରିବେ ସେଥିପାଇଁ କିଛି ବୁଦ୍ଧିବାଟ ପାଉ ନାହାନ୍ତି। ସେଥିପାଇଁ ଆଜି ଯୋଗଗୁରୁ ବାବା ରାମଦେବଙ୍କ ଶରଣାପନ୍ନ ହୋଇଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ୨୦୧୯ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଯୋଗଗୁରୁ ବାବା ରାମଦେବଙ୍କ ଆଶୀର୍ବାଦ ଓ ସମର୍ଥନ ଭିକ୍ଷା କରିଛନ୍ତି।

ଏ ସଂପର୍କରେ ଗଣମାଧ୍ୟମକୁ ସଫେଇ ଦେଇ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି ଯେ ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ‘ସମର୍ଥନ ପାଇଁ ସଂପର୍କ’ ନାମରେ ଏକ କାର୍ଯ୍ୟକ୍ରମର ଯୋଜନା କରିଛୁ। ୨୦୧୪ ନିର୍ବାଚନରେ ଯେଉଁମାନେ ଦଳକୁ ଶାସନ କ୍ଷମତାକୁ ଆସିବାକୁ ସାହାଯ୍ୟ ଓ ସମର୍ଥନ କରିଥିଲେ ସେମାନଙ୍କ ସହ ପୁଣି ଥରେ ସଂପର୍କ ଯୋଡ଼ି ୨୦୧୯ ନିବାଚନ ପାଇଁ ଆଉଥରେ ସେମାନଙ୍କ ସାହାଯ୍ୟ ଓ ସମର୍ଥନ ଲେଡ଼ିବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ‘ଏହି କ୍ରମରେ ମୁଁ ଆଜି ବାବା ରାମଦେବଙ୍କୁ ଭେଟିଛି। ବାବା ରାମଦେବଙ୍କୁ ଭେଟିବା ଅର୍ଥ ତାଙ୍କର କୋଟି କୋଟି ଭକ୍ତଙ୍କୁ ଭେଟିବା। ବାବା ରାମଦେବ ପ୍ରତିଶ୍ରୁତି ଦେଇଛନ୍ତି, ୨୦୧୯ ନିର୍ବାଚନରେ ସେ ଆମ ଦଳକୁ ସମସ୍ତ ପ୍ରକାରର ସାହାଯ୍ୟ ଓ ସମର୍ଥନ ଦେବେ’ ବୋଲି ଗଣମାଧ୍ୟମକୁ କହିଛନ୍ତି ବିଜେପି ଅଧ୍ୟକ୍ଷ ଶ୍ରୀ ଶାହା।

ସମ୍ବନ୍ଧିତ ଖବର