ଟେନିସ୍‌ ତାରକା ସାନିଆ ମୀର୍ଜାଙ୍କ ଭଉଣୀ ଅନମ୍‌ଙ୍କୁ ବିବାହ କରିବେ କ୍ରିକେଟ ତାରକା ମହମ୍ମଦ ଆଝାରୁଦ୍ଦିନ୍‌ଙ୍କ ପୁତ୍ର ଅସଦ୍‌

ହାଇଦ୍ରାବାଦ: ଟେନିସ୍‌ ତାରକା ସାନିଆ ମୀର୍ଜାଙ୍କ ଭଉଣୀ ଅନମ୍‌, କ୍ରିକେଟ ତାରକା ମହମ୍ମଦ ଆଝାରୁଦ୍ଦିନ୍‌ଙ୍କ ପୁତ୍ର ଅସଦ୍‌ ଆଝାରୁଦ୍ଦିନ୍‌ଙ୍କ ସହ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଅନମ୍‌ ଓ ଅସଦ୍‌ଙ୍କ ପ୍ରେମ ଓ ସେମାନଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଜବ ଓ ଚର୍ଚ୍ଚା ଘୂରି ବୁଲୁଥିଲା।

Deccan Chronicle

ତେବେ, ଏଥିରେ ପୂର୍ଣ୍ଣଚ୍ଛେଦ ଟାଣି ଅନମ୍‌ଙ୍କ ଭଉଣୀ ତଥା ଟେନିସ୍‌ ତାରକା ସାନିଆ ମୀର୍ଜା ଗଣମାଧ୍ୟମକୁ କହିଛନ୍ତି ଯେ ଅନମ୍‌ ଓ ଅସଦ୍‌ ବହୁ ବର୍ଷ ତଳୁ ପରସ୍ପରକୁ ଜାଣିଛନ୍ତି। ଅସଦ୍‌ଙ୍କ ପରି ଜଣେ ଉତ୍ତମ ସ୍ୱଭାବର ପିଲାଙ୍କୁ ବିବାହ କରିବା ପାଇଁ ଅନମ୍‌ ନିଷ୍ପତ୍ତି ନେଇ ଥିବାରୁ ଆମ ପରିବାରରେ ମଧ୍ୟ ସମସ୍ତେ ଖୁସି ଅଛନ୍ତି। ଅସଦ୍‌ ମଧ୍ୟ ହେଉଛନ୍ତି କ୍ରିକେଟ ତାରକା ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌ଙ୍କ ପୁତ୍ର। ଅନମ୍‌ ଓ ଅସଦ୍‌ଙ୍କ ମଧ୍ୟରେ ବିବାହ ଆସନ୍ତା ଡିସେମ୍ବରରେ ଅନୁଷ୍ଠିତ ହେବ ବୋଲି କହିଛନ୍ତି ସାନିଆ।

ସମ୍ବନ୍ଧିତ ଖବର