ଆଜି ମୋ ଦେଶର ସ୍ୱାଧୀନତା ଦିବସ: ସାନିଆ

ଟ୍ଵିଟ୍‌କୁ ନେଇ ବିବାଦ

ହାଇଦ୍ରାବାଦ : ପାକିସ୍ତାନୀ କ୍ରିକେଟର୍‌ ସୋଏବ ମଲ୍ଲିକଙ୍କୁ ବିବାହ କରିବା ଦିନଠାରୁ ଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କୁ ବିବାଦ ଛାଡ଼ିବାର ନାହିଁ। ମଙ୍ଗଳବାର ପାକିସ୍ତାନ ନିଜର ସ୍ୱାଧୀନତା ଦିବସ ପାଳନ କରିଥିବାବେଳେ ସାନିଆ ତାଙ୍କ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଟ୍ଵିଟର ଜରିଆରେ ସାନିଆ ପାକିସ୍ତାନୀ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇବା ମାତ୍ରେ ଜଣେ ଭାରତୀୟ ପ୍ରଶଂସକ ଏହାକୁ କଟାକ୍ଷ କରି ‘ଆପଣଙ୍କ ସ୍ୱାଧୀନତା ଦିବସ ଆଜି ନା?’ ବୋଲି ପ୍ରଶ୍ନ କରିଥିଲେ। ସାନିଆ ତୁରନ୍ତ ଏହାର ଉତ୍ତର ରଖିଥିଲେ। ମୋ ଦେଶର ସ୍ୱାଧୀନତା ଦିବସ ଆସନ୍ତାକାଲି (ବୁଧବାର), ମୋ ସ୍ୱାମୀଙ୍କ ଦେଶର ସ୍ୱାଧୀନତା ଦିବସ ଆଜି’ ବୋଲି ସ୍ପଷ୍ଟ କରିଥିଲେ। ଏବେ ଦ୍ୱନ୍ଦ୍ୱ ଦୂର ହୋଇଯାଇଥିବ। କିନ୍ତୁ ତୁମେ ତ ନିଜେ ଦ୍ୱନ୍ଦ୍ୱରେ ଅଛ, ଆପଣଙ୍କ କେବେ?’ ବୋଲି ପ୍ରଶ୍ନ କରି ସାନିଆ କଟାକ୍ଷ କରିଥିଲେ। ଖୁବ୍‌ ଶୀଘ୍ର ନିଜ ପ୍ରଥମ ସନ୍ତାନକୁ ଜନ୍ମ ଦେବା ଅପେକ୍ଷାରେ ଥିବା ସାନିଆ କହିଛନ୍ତି ‘ଆମ ଦୁହିଁଙ୍କ ବିବାହ ପରେ ଅନେକଙ୍କ ଥିଲା ଧାରଣା ହୋଇଥିଲା ଭାରତ ଓ ପାକିସ୍ତାନ ଏକତ୍ର ହୋଇଯିବେ। ଏହା ସତ୍ୟ ନୁହେଁ। କିନ୍ତୁ ମୁଁ ଯେତେଥର ପାକିସ୍ତାନ ଯାଇଛି ସେଠାରେ ଭଲ ପାଇବା ପାଇଛି। ସମଗ୍ର ଦେଶ ମୋତେ ‘ଭାବି’ ଡାକୁଛି। ସେହିଭଳି ସୋଏବଙ୍କୁ ମଧ୍ୟ ଭାରତରେ ଅନୁରୂପ ଭଲ ପାଇବା ଓ ସମ୍ମାନ ମିଳିଛି।

ସମ୍ବନ୍ଧିତ ଖବର