ମାୟାବତୀଙ୍କୁ ‘ଯାଦୁକି ଝପ୍ପି’ ଦେବାକୁ ଇଚ୍ଛା ପ୍ରକାଶ କରି ଅଡ଼ୁଆରେ ମୁନ୍ନାଭାଇ

ବାରବାଙ୍କି : ବିଭିନ୍ନ କାରଣରୁ ଅଧିକାଂଶ ସମୟରେ ବିବାଦ ଘେରରେ ରହିଥିବା ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ପୁଣି ଥରେ ଅଦାଲତ ଚକ୍କରରେ ପଡ଼ିଛନ୍ତି। ଏକ ପୁରୁଣା ଘଟଣା ଲାଗି ତାଙ୍କ ପାଖକୁ ଉତ୍ତରପ୍ରଦେଶର ଏକ ଅଦାଲତ ହାଜର ହେବା ଲାଗି ନୋଟିସ୍‌ ପଠାଇଛନ୍ତି। ୨୦୦୯ରେ ଲୋକସଭା ନିର୍ବାଚନ ସମୟରେ ସଞ୍ଜୟ ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କୁ ‘ଯାଦୁକି ଝପ୍ପି’ ଦେବେ ବୋଲି ଏକ ସଭାରେ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ତାଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିଲା।

‘ମୁନ୍ନାଭାଇ ଏମ୍‌ବିବିଏସ୍‌’ ଫେମ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କର ଏହି ଫିଲ୍ମରେ ଥିବା ସଂଳାପ ‘ଯାଦୁକି ଝପ୍ପି’ ସମଗ୍ର ଦେଶର ମନ ଜିଣିଥିଲା। ୨୦୦୯ ଲୋକସଭା ନିର୍ବାଚନ ସମୟରେ ସଞ୍ଜୟ ସମାଜବାଦୀ ପାର୍ଟିର ଜଣେ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବାକୁ ଉତ୍ତର ପ୍ରଦେଶ ଯାଇଥିଲେ। ସେଠାରେ ସେ ଏକ ନିର୍ବାଚନୀ ସଭାରେ କହୁ କହୁ କହି ଦେଇଥିଲେ କି ସେ ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କୁ ‘ଯାଦୁକି ଝପ୍ପିି’(ଆଲିଙ୍ଗନ) ଦେବାର ଆଗ୍ରହ ରଖନ୍ତି।

ଏକ ନିର୍ବାଚନୀ ସଭାରେ କହୁ କହୁ କହି ଦେଇଥିଲେ କି ସେ ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କୁ ‘ଯାଦୁକି ଝପ୍ପିି’(ଆଲିଙ୍ଗନ) ଦେବାର ଆଗ୍ରହ ରଖନ୍ତି।

ଏହି ନିର୍ବାଚନୀ ସଭାଟି ୨୦୦୯ ଏପ୍ରିଲ୍‌ ୧୯ ତାରିଖ ଦିନ ଟିକାଏତ ନଗର ଅଞ୍ଚଳରେ ଅନୁଷ୍ଠିତ ହୋଇଥିଲା। ସଞ୍ଜୟଙ୍କ ଏହି ମନ୍ତବ୍ୟ ଉପରେ ସେ ସମୟରେ ଆପତ୍ତି ଉଠିଥିଲା। ପରବର୍ତ୍ତୀ ସମୟରେ ଏ ନେଇ ମାମଲା ମଧ୍ୟ ଦାୟର ହୋଇଥିଲା।

ବାରବାଙ୍କି ଅତିରିକ୍ତ ଚିଫ୍‌ ଜୁଡିିସିଆଲ୍‌ ମାଜିଷ୍ଟ୍ରେଟ୍‌ ସଞ୍ଜୟ ଯାଦବ ନୋଟିସ୍‌ ଜାରି କରି ନଭେମ୍ବର ୧୬ ତାରିଖ ସୁଦ୍ଧା କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ମୁମ୍ବାଇ ପୁଲିସ୍‌ କମିସନରଙ୍କୁ ଏହି ନୋଟିସ୍‌ ସଞ୍ଜୟଙ୍କ ନିକଟରେ ପହଞ୍ଚାଇବାକୁ ବି ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲା ଅଭିନେତା ସଞ୍ଜୟ ଦତ୍ତଙ୍କୁ ଅଡ଼ୁଆରେ ପକାଇପାରେ ବୋଲି ଆଲୋଚନା ହେଉଛି।

ଉଲ୍ଲେଖଯୋଗ୍ୟ କି ଜିଲ୍ଲା ପ୍ରଶାସନ ଏହି ସର୍ବସାଧାରଣ ସଭାର ଭିଡ଼ିଓଗ୍ରାଫ୍‌ କରିଥିବା ବେଳେ ପରବର୍ତ୍ତୀ ସମୟରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସଞ୍ଜୟ ଦତ୍ତଙ୍କ ନାମରେ ମାସାଉଲି ପୁଲିସ୍‌ ଷ୍ଟେସନ୍‌ର ଇନ୍‌ଚାର୍ଜ ବିନୟ ମିଶ୍ର ମାମଲା ଦାୟର କରିଥିଲେ।

ସମ୍ବନ୍ଧିତ ଖବର