ହସପିଟାଲରୁ ଛାଡ ପାଇଲେ ଶିବସେନା ନେତା ସଂଜୟ ରାଉତ, କହିଲେ ନୂଆ ମୁଖ୍ୟମନ୍ତ୍ରୀ ଶିବସେନାରୁ ହେବେ

ମୁମ୍ବାଇ : ଶିବସେନା ନେତା ସଂଜୟ ରାଉତ ଆଜି ଦିନ ୧ଟା ବେଳେ ମୁମ୍ବଇର ଲୀଲାବତୀ ହସପିଟାଲରୁ ଛାଡ ପାଇଛନ୍ତି । ଛାତିର ଯନ୍ତ୍ରଣା ପରେ ତାଙ୍କୁ ଗତ ସୋମବାରଦିନ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ହସପିଟାଲରୁ ଘରକୁ ଫେରିବା ପରେ ସଂଜୟ କହିଛନ୍ତି ମହାରାଷ୍ଟ୍ରର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ଶିବସେନାରୁ ହିଁ ହେବେ । ବିଗତ କିଛି ଦିନ ହେଲା ସେ ଏହି ଜିଦରେ ଅଟଳ ଅଛନ୍ତି ।

ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ସରକାର ଗଠନ ନେଇ ଏପର୍ଯ୍ୟନ୍ତ କୌଣସି ସମାଧାନ ବାହାରି ପାରିନାହିଁ । ଗତକାଲି କଂଗ୍ରେସ ନେତା ଅହମଦ ପଟେଲ କହିଥିଲେ ଯେ ସରକାର ଗଠନ ନିମନ୍ତେ ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମ ଆବଶ୍ୟକ । ଏହାକୁ ପ୍ରସ୍ତୁତ କରିବାକୁ ଆଉ କିଛିଦିନ ଆବଶ୍ୟକ । ଏହା ପରେ ହିଁ ଶିବସେନାକୁ ସମର୍ଥନ ବିଷୟରେ ଘୋଷଣା କରାଯିବ । ସେହିପରି ମୁଖ୍ୟମନ୍ତ୍ରୀ ପଦ ନେଇ ମଧ୍ୟ ଏନସିପି ଓ ଶିବସେନା ମଧ୍ୟରେ କୌଣସି ସହମତି ହୋଇପାରି ନାହିଁ । ସେହିପରି କଂଗ୍ରେସ ମଧ୍ୟ ୫ ବର୍ଷ ପାଇଁ ଉପମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ପଦ ଚାହୁଁଛି ।

ସମ୍ବନ୍ଧିତ ଖବର