ଶିବସେନାର ମୁଖପାତ୍ର ସଞ୍ଜୟ ରାଉତଙ୍କ ବିବାଦୀୟ ବୟାନ, ବୀର ସାବରକରଙ୍କୁ ବିରୋଧ କରୁଥିବା ଲୋକଙ୍କୁ ଜେଲ ପଠାଇବା ଦରକାର

ମୁମ୍ବାଇ:ଶିବସେନା, ଏନସିପି ଓ କଂଗ୍ରେସ ମେଣ୍ଟ ସରକାରରେ ବିଚାରଧାରାରେ ଭିନ୍ନତା ଥିବା ହେତୁ ଏହି ଦଳର ନେତାମାନଙ୍କ ବୟାନ ଅନେକ ସମୟରେ ବିବାଦୀୟ ହୋଇପଡ଼ିଛି। ଏବେ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି ଶିବସେନାର ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତ। ସେ କହିଛନ୍ତି ଯେ ମହାନ ସ୍ବାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସାବରକରଙ୍କୁ ବିରୋଧ କରୁଥିବା ଲୋକଙ୍କୁ ଜେଲ ପଠାଇବା ଦରକାର।

ବୀର ସାବରକର ଜେଲ୍ ଯାଇଥିଲେ ଏବଂ ଅସହ୍ୟ ଯନ୍ତ୍ରଣା ସହିଥିଲେ। ଏଣୁ ଯେଉଁମାନେ ତାଙ୍କୁ ବିରୋଧ କରୁଛନ୍ତି ସେମାନଙ୍କୁ ଆଣ୍ଡାମାନ୍ ଜେଲରେ ଦୁଇ ଦିନ ବିତାଇବା ଦରକାର। ଏହାଦ୍ବାରା ସେମାନେ ଯନ୍ତ୍ରଣା କ’ଣ ଜାଣିପାରିବେ ବୋଲି ସଞ୍ଜୟ ରାଉତ କହିଛନ୍ତି।

Veer Savarkar- India TV
image source-india tv

ସୂଚନାଯୋଗ୍ୟ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରିସରରେ ମହାନ ସଂଗ୍ରାମୀ ବିନାୟକ ଦାମୋଦର ସାବରକରଙ୍କ ପ୍ରତିମୂର୍ତ୍ତିକୁ ଦିଆଯାଇଥିବା ଅପମାନକୁ ନେଇ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କ୍ଷୁବ୍ଧ ହୋଇଥିଲେ । ସେ ଏହାର ପ୍ରତିବାଦରେ କହିଥିଲେ ଯେ ଯେଉଁ ଲୋକମାନେ ବୀର ସାବରକରଙ୍କୁ ସମ୍ମାନ କରୁ ନାହାନ୍ତି, ତାଙ୍କୁ ମାଡ଼ ଦିଆଯିବା ଦରକାର । ସେଭଳି ବ୍ୟକ୍ତିମାନଙ୍କୁ ଲୋକଙ୍କ ସାମ୍ନାରେ ମାଡ଼ ମରାଯିବା ଦରକାର ।ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଆହୁରି ମଧ୍ୟ କହିଥିଲେ କି ଯେଉଁ ଲୋକମାନେ ବୀର ସାବରକରଙ୍କ ପ୍ରତି ସମ୍ମାନ କରୁନାହାନ୍ତି, ସେମାନେ ଭାରତ ସ୍ୱାଧୀନତା ହାସଲ କରିବାରେ ବୀର ସାବରକରଙ୍କ ଭୂମିକା ସଂପର୍କରେ କିଛି ଜାଣି ନାହାନ୍ତି ।
ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଏନଏସୟୁଆଇ ଅଧ୍ୟକ୍ଷ ଅକ୍ଷୟ ଲାକ୍ରା ବୀର ସାବରକରଙ୍କ ମୂର୍ତ୍ତିକୁ ଅସମ୍ମାନ ଜଣାଇଥିଲେ । କେବଳ ସେତିକି ନୁହେଁ, ରାହୁଲ ଗାନ୍ଧୀ ମଧ୍ୟ ପୂର୍ବରୁ ସାବରକରଙ୍କୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିଲେ ।

ସମ୍ବନ୍ଧିତ ଖବର