ସଞ୍ଜୟ-ସଲମାନ୍‌ଙ୍କ ସମ୍ପର୍କରେ ଫାଟ?

ନୂଆଦିଲ୍ଲୀ : ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ ଏବଂ ସଞ୍ଜୟ ଦତ୍ତଙ୍କ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିବା ଭଳି ଲାଗୁଛି। ସଞ୍ଜୟ ଦତ୍ତ ଜେଲ୍‌ରୁ ମୁକୁଳିବା ପରଠାରୁ ଅନେକ ବଲିଉଡ୍‌ ସେଲିବ୍ରିଟିମାନେ ତାଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। କିନ୍ତୁ ସଲମାନ୍‌ ଖାନ୍‌ ତାଙ୍କୁ ଭେଟିନାହାନ୍ତି। ବର୍ଷ ବର୍ଷ ଧରି ସଲମାନ୍‌ ଏବଂ ସଞ୍ଜୁ ଉତ୍ତମ ବନ୍ଧୁତ୍ୱରେ ଥିଲେ। ଏବେ ସେମାନେ ପରସ୍ପରକୁ ଅଣଦେଖା କରୁଛନ୍ତି। ନିକଟରେ ଏକ ବିବାହ ଉତ୍ସବରେ ମଧ୍ୟ କେହି କାହା ସହ କଥା ହୋଇନଥିଲେ।

ସମ୍ବନ୍ଧିତ ଖବର