ବିଜେପିପାଇଁ ପ୍ରଚାର କରିବେ ସପ୍‌ନା ଚୌଧୁରୀ ଏବଂ କୁମାର ବିଶ୍ୱାସ !

ନୂଆଦିଲ୍ଲୀ: ହରିଆନାର ଜଣାଶୁଣା ନୃତ୍ୟଶିଳ୍ପୀ ତଥା ବିଗ୍‌ବସର ପୂର୍ବତନ ପ୍ରତିଯୋଗୀ ସପ୍‌ନା ଚୌଧୁରୀ କଂଗ୍ରେସର ଯୋଗ ଦେବାର ସମ୍ଭାବନା ଉପରେ ପୂର୍ଣ୍ଣଛେଦ ପଡିଛି। ସପ୍‌ନା ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା ଦିଲ୍ଲୀ ବିଜେପି ପ୍ରଦେଶ ଅଧ୍ୟକ୍ଷ ତଥା ସାଂସଦ ମନୋଜ ତିଓ୍ଵାରୀ ସପ୍‌ନା ଚୌଧୁରୀଙ୍କୁ ଭେଟିବାପରେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ସପ୍‌ନା ବିଜେପିରେ ସାମିଲ ହେବେ ନାହିଁ, ମାତ୍ର ଦଳ ପାଇଁ ପ୍ରଚାର କରିବେ।

photo-jagaran

ଏଣେ ଗତକାଲି ରାତିରେ ମନୋଜ ତିଓ୍ଵାରୀ ଆମ ଆଦମି ପାର୍ଟିର ପୂର୍ବତନ ନେତା ତଥା ବିଖ୍ୟାତ କବି କୁମାର ବିଶ୍ୱାସଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ଏହାପରେ ଚର୍ଚ୍ଚା ହେଉଛି ଯେ କୁମାର ବିଶ୍ୱାସ ବିଜେପିରେ ଯୋଗ ଦେଇ ଦଳ ପାଇଁ ପ୍ରଚାର କରିପାରନ୍ତି। ତେବେ ଏସଂପର୍କରେ କୁମାର ବିଶ୍ୱାସଙ୍କ ପ୍ରତିକ୍ରିୟା ଏଯାଏଁ ସାମ୍ନାକୁ ଆସି ନାହିଁ। ଏଣେ ବିଜେପି ର ବିଚାରଧାରାରେ ପ୍ରଭାବିତ ହୋଇ ବଲିଉଡର ପ୍ରାୟ ଡଜନେ କଳାକାର ଦଳ ପାଇଁ ପ୍ରଚାର କରିବେ ବୋଲି ମନୋଜ ତିଓ୍ଵାରୀ କହିଛନ୍ତି।

ସମ୍ବନ୍ଧିତ ଖବର