‘ମୋଟୀ’ ମନ୍ତବ୍ୟ: ରାଜେଙ୍କୁ କ୍ଷମାପ୍ରାର୍ଥନା ପାଇଁ ଚିଠି ଲେଖିବେ ଶରଦ

ନୂଆଦିଲ୍ଲୀ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ବିରୋଧରେ ‘ମୋଟୀ’ ମନ୍ତବ୍ୟ ଦେଇ ବିବାଦୀୟ ହୋଇ ପଡ଼ିଥିବା ବିହାର ରାଜନେତା ଶରଦ ଯାଦବ ଆଜି ନିଜର ଭୁଲ୍‌ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଯାଦବ ଏବେ କହିଛନ୍ତି ଯେ କୌଣସି ଉଦ୍ଦେଶ୍ୟ ରଖି କିମ୍ବା ରାଜେଙ୍କୁ କଷ୍ଟ ଦେବାପାଇଁ ସେ ଏଭଳି ମନ୍ତବ୍ୟ ଦେଇନଥିଲେ। ଏହା କେବଳ ଏକ ମଜା ଥିଲା। କିନ୍ତୁ ଯଦି ‌ମୋ କଥା ରାଜେଙ୍କୁ କଷ୍ଟ ଦେଇଛି ତେବେ ମୁଁ ରାଜେଙ୍କୁ କ୍ଷମା ମାଗିବାକୁ ପ୍ରସ୍ତୁତ। ରାଜେଙ୍କୁ ଚିଠି ଲେଖି ସେ ନିଜର ଭୁଲ୍‌ ପାଇଁ କ୍ଷମା ମାଗିବେ ବୋଲି କହିଛନ୍ତି। ଉଳ୍ଲେଖଯୋଗ୍ୟ ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ଶେ‌ଷ ପର୍ଯ୍ୟାୟ ନିର୍ବାଚନୀ ରୢାଲିରେ ଶରଦ ଯାଦବ ଅଲୱରରେ ଏକ ରୢାଲିରେ କହିଥିଲେ ଯେ ବସୁନ୍ଧରା ରାଜେ ଖୁବ୍‌ ମୋଟୀ ହୋଇ ଯାଉଛନ୍ତି। ତାଙ୍କୁ ଏବେ ବିଶ୍ରାମ ଦରକାର। ଯାଦବଙ୍କ ଏଭଳି ବୟାନ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ରାଜେ କହିଥିଲେ ଯେ ଯାଦବଙ୍କ ଏଭଳି ବୟାନ ସବୁ ମହିଳାଙ୍କ ପାଇଁ ଅପମାନଜନକ। ଶରଦଙ୍କ ଏଭଳି ବୟାନ ବିରୋଧରେ ଇସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଥିଲେ।

ସମ୍ବନ୍ଧିତ ଖବର