ସୁପ୍ରିମକୋର୍ଟ କାଠଗଡ଼ାରେ ସାରଦା ମାଇନ୍ସ : ୬ ସପ୍ତାହ ମଧ୍ୟରେ ତର୍ଜମା‌ କରିବେ ସିଇସି

ନୂଆଦିଲ୍ଲୀ : ସାରଦା ମାଇନ୍ସର ବେଆଇନ ଖଣି ଖନନର ପରିମାଣ ତଥା ଜରିମାନା ବାବଦରେ ସିଇସି ପୁଣିଥରେ ଆକଳନ କରିବେ। ସୁପ୍ରିମକୋର୍ଟ ଆଜି ଏନେଇ ସିଇସିକୁ ୬ ସପ୍ତାହ ସମୟ ପ୍ରଦାନ କରିଛନ୍ତି। ଏ ସମ୍ପର୍କିତ ସମସ୍ତ ନଥିପତ୍ର ଓ ରେକର୍ଡ ସାରଦା ମାଇନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ସମ୍ପୃକ୍ତ ଅଧିକାରୀମାନଙ୍କ ଦ୍ବାରା ଉପଲବ୍ଧ କରିବାପାଇଁ ସିଇସିକୁ ସୁପ୍ରିମକୋର୍ଟର ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ସାରଦା ମାଇନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ବାରା ସୁପ୍ରିମକୋର୍ଟରେ ଆବେଦନ ହୋଇ ପରିବେଶ ମଂଜୁରି ଜନିତ ଲାଭ ପ୍ରଦାନ କରିବାପାଇଁ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମାଇନିଂ ଲିଜ୍‌ ନବୀକରଣ ପରଠାରୁ ମଂଜୁରି ଜନିତ ଲାଭ ପ୍ରଦାନ କରିବାପାଇଁ ଆବେଦନରେ ଉଲ୍ଲେଖ କରାଯାଇଥିଲା। ହେଲେ ଖଣ୍ଡପୀଠ ଏହି ଯୁକ୍ତିିକୁ ଗ୍ରହଣ କରିନାହାନ୍ତି। ସିଇସିକୁ ସାରଦା ମାଇନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିବେଶ ମଂଜୁରି ସର୍ତ୍ତ ହିସାବରେ ସେପ୍ଟେମ୍ବର ୨୨, ୨୦୧୪ଠାରୁ ଜରିମାନା ପରିମାଣ ଧାର୍ଯ୍ୟ କରାଯାଉ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପରିବେଶ ମଂଜୁରି ଠାରୁ ଅଧିକ ମାତ୍ରାରେ ସାରଦା ମାଇନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଖନନ କାର୍ଯ୍ୟକୁ ସୁପ୍ରିମକୋର୍ଟ ବେଆଇନ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର