ବିଶ୍ୱର ସବୁଠାରୁ ବଡ଼ ପ୍ରତିମୂର୍ତ୍ତୀକୁ ଉଦ୍‌ଘାଟନ୍‌ କରିବେ ମୋଦି

ଅହମଦାବାଦ: ଦେଶର ପ୍ରଥମ ଗୃହମନ୍ତ୍ରୀ ଓ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଚଳିତ ମାସ ୩୧ ତାରିଖରେ ଜନ୍ମଦିନ । ପଟେଲଙ୍କ ୧୪୩ ତମ ଜନ୍ମଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତୀ ଉଦଘାଟନ କରିବେ । ଏହା ଏକତାର ପ୍ରତୀକ’ ବା ’Statue of Unity’ ଭାବେ ଏହା ସୂଚାଇବ ବୋଲି କୁହାଯାଉଛି।

ଗୁଜରାଟର ନର୍ମଦା ଜିଲ୍ଲାର ସର୍ଦ୍ଦାର ସରୋଭର ଡ୍ୟାମରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତୀ ପ୍ରତିମୂର୍ତ୍ତୀ ତିଆରି ହୋଇଛି । ୧୮୨ ମିଟର (୫୯୭ଫୁଟ) ବିଶିଷ୍ଟ ଏହି ପ୍ରତିମୂର୍ତ୍ତି ବିଶ୍ୱର ସବୁଠାରୁ ବଡ ପ୍ରତିମୂର୍ତ୍ତୀ। ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ନରେନ୍ଦ୍ର ମୋଦି ଏହି ପ୍ରତିମୂର୍ତ୍ତୀ ନିର୍ମାଣ ପାଇଁ ଘୋଷଣା କରିଥିଲେ । ୨୦୧୩ରେ ଅକ୍ଟୋବର ମାସରେ ଏହାର ଶିଳାନ୍ୟାସ କରିଥିଲେ । ୨ହଜାର ୯୮୯ କୋଟି ଟଙ୍କା ବିନିମୟରେ ଏହି ପ୍ରତିମୂର୍ତ୍ତୀ ତିଆରି ହୋଇଛି କିନ୍ତୁ ଏବେ ଏହାର ଖର୍ଚ୍ଚ ୩ ହଜାର କୋଟିଏ ଟଙ୍କା ହୋଇଥିବା ଜଣାପଡିଛି । ଅହମଦାବାଦରୁ ୨୦୦କ କି.ମି ଦୂରରେ ରହିଛି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତୀ ।

 

ସମ୍ବନ୍ଧିତ ଖବର