ମୋଦିଙ୍କ ଭାଷା କହୁଛନ୍ତି ସରିଫ୍‌: ଇମରାନ ଖାନ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ ୨୬/୧୧ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନର ହାତଥିବା କଥା ସ୍ୱୀକାର କରିବା ପରେ ଏହାକୁ ନେଇ ପାକିସ୍ତାନରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ଘଟଣାରେ ପ୍ରତିକ୍ରିୟା ଦେଇ ପାକିସ୍ତାନର ପୂର୍ବତନ କ୍ରିକେଟର ତଥା ତେହରିକ-ଇ-ଇନସାଫ ଦଳ ମୁଖ୍ୟ ଇମରାନ ଖାନ କହିଛନ୍ତି ଯେ, ନଓ୍ଵାଜ ସରିଫ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷା କହୁଛନ୍ତି। ସରିଫ ହେଉଛନ୍ତିି, ଆଧୁନିକ ଯୁଗର ମିର ଜାଫର। ମିର ଜାଫର ଯେଭଳି ଭାବେ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ନିଜ ଦେଶକୁ ବ୍ରିଟିସ ହାତରେ ଟେକି ଦେଇଥିଲେ, ଠିକ୍‌ ସେହିଭଳି ସରିଫ୍‌ ବିପୁଳ କଳାଧନକୁ ବଞ୍ଚାଇବା ପାଇଁ ପାକିସ୍ତାନକୁ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗରେ ପାକିସ୍ତାନକୁ ଦୋଷୀ କରାଇବାକୁ ପଛାଇ ନାହାନ୍ତି। ଆଜି ନଓ୍ଵାଜଙ୍କ ବୟାନକୁ ନେଇ ପାକିସ୍ତାନ ସେନା ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲା। ତେବେ ଏ ବାବଦରେ ସେନାର ଆଭିମୁଖ୍ୟ କ’ଣ ତାହା ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର