ଭଲ ହିନ୍ଦୁମାନେ ଚାହୁଁନାହାନ୍ତି ରାମମନ୍ଦିର ନିର୍ମାଣ ହେଉ ବୋଲି , ଶଶୀ ଥରୁରଙ୍କ ଏହି ବକ୍ତବ୍ୟକୁ ନେଇ ବିବାଦ ବଢିଲା

ନୂଆଦିଲ୍ଲୀ : ପୁଣି ଥରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର । ଗତକାଲି ସେ ହିନ୍ଦୁ ଲିଟ ଫର ଲାଇଫ ଡାଇଲଗ ୨୦୧୮ ଅବସରରେ କହିଥିଲେ ଯେ ଅଧିକାଂଶ ହିନ୍ଦୁ ବିଶ୍ୱାସ କରନ୍ତି ଯେ ଅଯୋଧ୍ୟା ହେଉଛି ଭଗବାନ ରାମଙ୍କର ଜନ୍ମସ୍ଥଳୀ । କିନ୍ତୁ ଭଲ ହିନ୍ଦୁମାନେ ଚାହାନ୍ତି ନାହିଁ ଯେ ସେଠାରେ ଅନ୍ୟକାହାର ଉପାସନାସ୍ଥଳୀକୁ ଭାଙ୍ଗି ମନ୍ଦିର ନିର୍ମାଣ କରାଯାଉ ବୋଲି । ତେବେ ତାଙ୍କର ଏହି ବୟାନକୁ ନେଇ ବିବାଦ ସୃଷ୍ଟି ହେବା ପରେ ସେ ସ୍ପଷ୍ଟୀକରଣ ଦେଇଛନ୍ତି ଯେ ତାଙ୍କର ମତକୁ ଅଲଗାଭାବେ ପରିବେଷଣ କରାଯାଇଛି ।
ତାଙ୍କର ବୟାନକୁ ବିରୋଧ କରି ବିଜେପି ନେତା ଶାହାନାଓ୍ଵଜ ହୁସେନ କହିଥିଲେ ଯେ ଶଶୀ କଣ ବିବାଦୀୟ ସ୍ଥାନରେ ଥିବା ଅସ୍ଥାୟୀ ମନ୍ଦିରକୁ ଉଠାଇବାକୁ ଚେଷ୍ଟା କରୁଛନ୍ତି ? ସେହିପରି କେନ୍ଦ୍ରମନ୍ତ୍ରୀ ଶାହାନାଓ୍ଵାଜ ହୁସେନ କହିଥିଲେ ଯେ ଆଶ୍ଚର୍ଯ୍ୟ ଯେ ଶଶୀ ବିଶ୍ୱାସ କରୁଛନ୍ତି ଯେ ହିନ୍ଦୁମାନେ ରାମ ମନ୍ଦିର ଚାହୁଁନାହାନ୍ତି ।

ସମ୍ବନ୍ଧିତ ଖବର