ଶନି ଗ୍ରହର ଚନ୍ଦ୍ରରେ ଜୀବନଧାରଣ ସମ୍ଭବ

ଶନି ଗ୍ରହର ଅନ୍ୟତମ ଚନ୍ଦ୍ର ‘ଏନ୍‌ସିଲେଡୁସ୍‌’ରେ ଜଟିଳ ଜୈବିକ ମଲିକ୍ୟୁଲ୍‌ ସୃଷ୍ଟି ହେଉଥିବା କଥା ଆବିଷ୍କାର ହେବା ପରେ ସେଠାରେ ଜୀବନ ଧାରଣ ସମ୍ଭବ ବୋଲି ବୁଧବାର ଦିନ ଗବେଷକମାନେ କହିଛନ୍ତି।

ଶନି ଗ୍ରହ ସମ୍ବନ୍ଧରେ ତଥ୍ୟ ଯୋଗାଡ଼ କରିବା ଅଭିଯାନରେ ୨୦୦୫ରେ ଯାଇଥିବା ‘କେସିନି’ ମହାକାଶଯାନ ପ୍ରଥମେ ଏହି ବରଫ ଆବୃତ ଚନ୍ଦ୍ରର ନିକଟତର ହୋଇଥିଲା। ଆଗାମୀ ବର୍ଷଗୁଡ଼ିକରେ ସେ ତଥ୍ୟ ସବୁ ବିଶ୍ଳେଷଣ କରାଯିବ।

ଜର୍ମାନିର ହିଡିଲ୍‌ବର୍ଗ ବିଶ୍ୱବିଦ୍ୟାଳୟର ଫ୍ରାଙ୍କ୍‌ ପୋଷ୍ଟ୍‍ବର୍ଗ ଏବଂ ନୋଜେର୍‌ ଖଓ୍ଵାଜାଙ୍କ ନେତୃତ୍ୱ ନେଇଥିବା ଏକ ଦଳ କହିଛି ଯେ, ସେମାନେ ବରଫ କଣିକାରେ ସେ ବଡ଼ ଜୈବିକ ମଲିକ୍ୟୁଲ୍‌ର ଭଗ୍ନାଂଶ ଚିହ୍ନଟ କରିଛୁ। ଶନି ଗ୍ରହର ଚନ୍ଦ୍ରର ବାହ୍ୟାଂଶରେ ଥିବା ଫାଟରୁ ଉଷ୍ଣ ପ୍ରସ୍ରବଣ ଦେଇ ତାହା ବାହାରି ଆସିଥିଲା।

ପୂର୍ବରୁ କେସିନି ‘ଏନ୍‌ସିଲେଡୁସ୍‌’ରେ ହାଲୁକା ଜୈବିକ ମଲିକ୍ୟୁଲ୍‌ ଚିହ୍ନଟ କରିଥିଲା। କିନ୍ତୁ, ନୂଆ କରି ମିଳିଥିବା ଭଗ୍ନାଂଶଟି ଢେର୍‌ ବଡ଼। ଜୀବନ ସହ ସମ୍ପୃକ୍ତ ଜଟିଳ ରାସାୟନିକ ପ୍ରକ୍ରିୟା ଯୋଗେ ହିଁ ଏଭଳି ବଡ଼ ମଲିକ୍ୟୁଲ୍‌ ସୃଷ୍ଟି ସମ୍ଭବପର ହୋଇପାରେ ବୋଲି ଇଏସ୍‌ଏ କହିଛି।

‘ଏନ୍‌ସିଲ୍‌ଡସ୍‌’ର ପରିସ୍ଥିତି ଜୀବନ ଧାରଣ ପାଇଁ ଅନୁକୂଳ ବୋଲି ସୂଚାଉ ଥିବାବେଳେ ଏହି ଜୈବିକ ଉପାଦାନ ଧୁମକେତୁ ଆସି ଥାଇ ପାରେ ବୋଲି ଅନୁମାନ ମଧ୍ୟ କରାଯାଉଛି।

ସମ୍ବନ୍ଧିତ ଖବର