ପାକ୍‌ ସମର୍ଥନରେ ଚୀନ୍‌, ସାଉଦି ଆରବ

ନୂଆଦିଲ୍ଲୀ: ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏବଂ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ପାକିସ୍ତାନକୁ ଅନ୍ତର୍ଜାତୀୟ ତାଲିକାଭୁକ୍ତ ରଖିବାପାଇଁ ଆମେରିକାର ପଦକ୍ଷେପକୁ ପାକିସ୍ତାନର ଘନିଷ୍ଠ ବନ୍ଧୁ ଚୀନ୍‌, ସାଉଦି ଆରବ ଏବଂ ତୁର୍କୀ ବିରୋଧ କରିଛନ୍ତି। ଏହି ତିନି ରାଷ୍ଟ୍ର ଟ୍ରମ୍ପ୍‌ ପ୍ରଶାସନର ଉଦ୍ୟମକୁ ବିଫଳ କରିବାପାଇଁ ହାତ ମିଳାଇଛନ୍ତି। ପାକିସ୍ତାନ ବିଭିନ୍ନ ଆତଙ୍କବାଦୀ ସଂଗଠନକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ନିଜ ମାଟିରେ ପ୍ରଶ୍ରୟ ଦେଉଥିବାରୁ ଆମେରିକା ଏହାକୁ ଏଫ୍‌ଏଟିଏ (ଫାଇନାନ୍ସିଆଲ ଆକ୍ସନ୍‌ ଟାସ୍କ ଫୋର୍ସ)ର ପ୍ୟାରିସ୍‌ ବୈଠକରେ ଉଠାଇବାକୁ ନିଷ୍ପତ୍ତି ନେଇଛି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପ୍ରଥମ ଥର ପାଇଁ ସାଉଦି ଆରବ ଟମ୍ପ୍‌ ପ୍ରଶାସନକୁ ଚ୍ୟାଲେଞ୍ଜ୍‌ କରିଛି। ପୂର୍ବରୁ ଆମେରିକାର ସମସ୍ତ ନିଷ୍ପତ୍ତିକୁ ସାଉଦି ଆରବ ସମର୍ଥନ କରୁଥିବା ବେଳେ ପାକିସ୍ତାନ କ୍ଷେତ୍ରରେ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଛି ।

ସମ୍ବନ୍ଧିତ ଖବର