ପାକିସ୍ତାନରୁ ଡାକ୍ତରୀ ଡିଗ୍ରି ହାସଲ କରିବା ପଡ଼ିଲା ମହଙ୍ଗା, ଏବେ ଚାକିରି ହରାଇବେ ସାଉଦି ଆରବରେ ଚାକିରି କରୁଥିବା ଅନେକ ଡାକ୍ତର

ନୂଆଦିଲ୍ଲୀ : ସାଉଦି ଆରବରେ କାମ କରୁଥିବା ଶହ ଶହ ପାକିସ୍ତାନୀ ଡାକ୍ତର ନିଜ ନିଜର ଚାକିରି ହରାଇଥିବା ଜଣାପଡ଼ିଛି । ପାକିସ୍ତାନର ମେଡିକାଲ ଡିଗ୍ରି ମାନ୍ୟତା ରଦ୍ଦ କରିବାର ନିଷ୍ପତ୍ତି ସାଉଦି ଆରବ ନେବା ପରେ ଏବେ ପାକିସ୍ତାନରୁ ଡାକ୍ତରୀ ଡିଗ୍ରି ହାସଲ କରିଥିବା ଡାକ୍ତରଙ୍କ ଚାକିରି ବିପଦରେ ରହିଛି ।

पाकिस्तानी डिग्री लेकर सऊदी अरब में फंसे, अब गुजारा हुआ मुश्किल
aajtak.intoday.in

ପାକିସ୍ତାନୀ ଖବରକାଗଜ ଡନ୍‌ରେ ଛପା ଯାଇଥିବା ଖବର ଅନୁଯାୟୀ, ଅଗଷ୍ଟ ମାସରେ ସାଉଦି ଆରବ ମେଡିକାଲ ଲାଇସେନ୍ସ ପାଇଁ ଜରୁରୀ ଥିବା ଶିକ୍ଷାଗତ ଯୋଗ୍ୟତାରୁ ପାକିସ୍ତାନ ପକ୍ଷରୁ ଦିଆଯାଇଥିବା ପୋଷ୍ଟ ଗ୍ରାଜୁଏଟ ଡିଗ୍ରି ଓ ଡକ୍ଟର ଅଫ୍‌ ମେଡିସିନ୍‌ ଡିଗ୍ରିର ମାନ୍ୟତା ରଦ୍ଦ କରି ଦେଇଥିଲେ । ଏବେ ସାଉଦିର ସ୍ୱାସ୍ଥ୍ୟ ବିଭାଗ ଅନେକ ପାକିସ୍ତାନୀ ଡାକ୍ତରଙ୍କୁ ଚାକିରିରୁ ବାହାର କରି ଦେଇଥିବା ଜଣା ପଡ଼ିଛି । ଗତ ମାସରେ ଲାଗୁ ହୋଇଥିବା ନିୟମ ଅନୁଯାୟୀ ପାକିସ୍ତାନ ଡିଗ୍ରି ସ୍ୱୀକାର କରାଯାଉ ନଥିବାରୁ ଡାକ୍ତରମାନଙ୍କୁ ନିଜ ଚାକିରି ହରାଇବାକୁ ପଡ଼ିଛି । ଏହା ସହ ପାକିସ୍ତାନର ଡାକ୍ତରୀ ଡିଗ୍ରି ଟ୍ରେନିଂରେ ଅଭାବ ରହୁଥିବା ନେଇ କହିଛନ୍ତି ସାଉଦି ମନ୍ତ୍ରାଳୟ ।

ସମ୍ବନ୍ଧିତ ଖବର