ପାକିସ୍ତାନରୁ ସିଧା ଭାରତ ଆସିଲେ ସାଉଦି ଆରବ ରାଜକୁମାର, ଆତଙ୍କବାଦ ପ୍ରସଙ୍ଗ ଉଠାଇ ପାରେ ଭାରତ

ନୂଆଦିଲ୍ଲୀ: ଆଜି ଦୁଇ ଦିନଆ ଭାରତ ଗସ୍ତରେ ସାଉଦି ଆରବ ରାଜକୁମାର ମୋହମ୍ମଦ ବିନ୍‌ ସଲମାନ ଆସୁଛନ୍ତ। ଭାରତ ଉପରେ ଏଭଳି ଏକ ଆକ୍ରମଣ ପରେ, ସାଉଦି ଆରବ ରାଜକୁମାରଙ୍କଗସ୍ତକୁ ଖୁବ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । କାରଣ ଭାରତ ଆସିବା ପୂର୍ବରୁ ପାକିସ୍ତାନଗସ୍ତରେ ଯାଇଥିଲେ ମୋହମ୍ମଦ ବିନ୍‌ ସଲମାନ । ସେ ସେଠାରୁ ସିଧା ଭାରତ ଆସୁଛନ୍ତି । ଏହି ଦୁଇ ଦିନିଆ ଆଲୋଚନାରେ ସାଉଦି ଆରବ ରାଜକୁମାର ମୋଦିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବାର ଯୋଜନାରହିଛି। ଭାରତ ତାଙ୍କ ସାମ୍ନାର ପାକିସ୍ତାନ ଦ୍ୱାରା ଭାରତରେ ହେଉଥିବା ଆକ୍ରମଣର ମୁଦ୍ଦା ଉଠାଇ ପାରେ।

ସୂଚନାଯୋଗ୍ୟ, ସାଉଦି ଆରବ ଓ ପାକିସ୍ତାନ ଉୟୟେ ଭଲ ବନ୍ଧୁ । ଏହି କାରଣରୁ ପାକିସ୍ତାନ ସହ ସାଉଦିର ୨୦ ଆରବ ଡଲାର ଚୁକ୍ତି ହୋଇଛି। ଗୋଟିଏ ପଟେ ସାରା ଦୁନିଆ ପାକିସ୍ତାନ ବିରୋଧରେ ଅଛି, ଅନ୍ୟପଟେ ସାଉଦି କିନ୍ତୁ ସାହାଯ୍ୟ ପାଇଁ ଛିଡ଼ାହୋଇଛି । ଏପରିସ୍ଥଳେ ଦେଖିବା ପାଇଁ ବାକି ରହିବା ଆତଙ୍କବାଦ ମୁଦ୍ଦାରେ ସାଉଦି ଆରବ ରାଜକୁମାର କ’ଣ ବାୟନ ଦେଉଛନ୍ତି।

 

ସମ୍ବନ୍ଧିତ ଖବର