ଦିନଟିଏ ଘୁଞ୍ଚିଲା ସାଉଦୀ ଯୁବରାଜଙ୍କ ପାକିସ୍ତାନ ଗସ୍ତ

ଇସଲାମାବାଦ: ସାଉଦୀ ଯୁବରାଜ ମହମ୍ମଦ ବିନ୍‌ ସଲ୍‌ମନ୍‌ଙ୍କ ପାକିସ୍ତାନ ଗସ୍ତ ଗୋଟିଏ ଦିନ ବିଳମ୍ବ କରାଯାଇଛି। ନୂଆ କାର୍ଯ୍ୟସୂଚୀ ଅନୁଯାୟୀ ସେ ଦୁଇ ଦିନିଆ ଗସ୍ତରେ ଫେବ୍ରୁଆରି ୧୭ ତାରିଖ ଦିନ ପାକିସ୍ତାନରେ ପହଞ୍ଚିବେ ବୋଲି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶୁକ୍ରବାର ଦିନ କହିଛନ୍ତି।

ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ, ସାଉଦୀ ଯୁବରାଜ ଶନିବାର ଦିନ ପାକିସ୍ତାନରେ ପହଞ୍ଚି ଥାଆନ୍ତେ। କାର୍ଯ୍ୟସୂଚୀ ପରିବର୍ତ୍ତନର କାରଣ ସଂକ୍ରାନ୍ତରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ କୌଣସି କଥା ସ୍ପଷ୍ଟ କରି ନାହାନ୍ତି। କେବଳ କହିଛନ୍ତି କି, ଦ୍ୱିପାକ୍ଷିକ ଆଲୋଚନା ଲାଗି ହୋଇଥିବା ବ୍ୟବସ୍ଥା ଅପରିବର୍ତ୍ତିତ ରହିଛି।

ରାଜ ପରିବାରର ସଦସ୍ୟ, ମନ୍ତ୍ରୀ ଓ ବ୍ୟବସାୟୀଙ୍କର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ସାଉଦୀ ଯୁବରାଜ ଆସୁଛନ୍ତି।

ତାଙ୍କ ଆଗମନ ପୂର୍ବରୁ ପାକିସ୍ତାନର ରାଜଧାନୀରେ ନିରପତ୍ତା ବ୍ୟବସ୍ଥା କଠୋର କରାଯାଇଛି।

ଗତ ମାସରେ ସାଉଦି ଆରବ ପାକିସ୍ତାନକୁ ୩ ବିଲିୟନ୍‌ ଆମେରିକୀୟ ଡଲାର୍‌ ସହାୟତା ଯୋଗାଇ ଦେବାକୁ ରାଜି ହୋଇଥିଲା।

ପାକିସ୍ତାନ ଗସ୍ତ ପରେ ଫେବ୍ରୁଆରି ୧୯ ତାରିଖରେ ସାଉଦୀ ଯୁବରାଜ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ।

ସମ୍ବନ୍ଧିତ ଖବର