ଆଣବିକ ଓ ବାଲିଷ୍ଟିକ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଜାରି ରଖିଛି ସାଉଦି ଆରବ

ଦୁବାଇ :  ସାଉଦି ଆରବ ନିଜର ପାରମ୍ପରିକ ଶତ୍ରୁଦେଶ ଇରାନ ବିରୋଧରେ ଅନେକ ଦିନଠାରୁ ଆଣବିକ କାର୍ଯ୍ୟକ୍ରମ ଓ ବାଲିଷ୍ଟିକ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଚାଲୁ ରଖିଥିବା ଅଭିଯୋଗ ହେଉଥିଲା । ଇରାନ ମଧ୍ୟ ଏ ନେଇ ଅଭିଯୋଗ କରିଆସୁଥିଲା । କିନ୍ତୁ ଏବେ ମିଳିଥିବା  କେତେକ ସାଟେଲାଇଟ ଚିତ୍ରରେ ସାଉଦି ଆରବ କେତେକ ପ୍ରକାରର ବାଲିଷ୍ଟିକ କ୍ଷେପଣାସ୍ତ୍ର ବିକଶିତ କରୁଥିବା ଜଣାପଡିଛି ।

ଇରାନ ଓ ସାଉଦି ଆରବ ମଧ୍ୟରେ ବିଗତ ଅନେକ ଦଶନ୍ଧି ଧରି ଶତ୍ରୁତା ରହିଆସିଛି । ଇରାନ ସିହା ବହୁଳ ରାଷ୍ଟ୍ର ହୋଇଥିବାବେଳେ ସାଉଦି ଏକ ସୁନ୍ନି ଦେଶ । ଗତ ବର୍ଷ ସାଉଦିର ଶାସକ  ମହମ୍ମଦ ବିନ ସଲମାନ କହିଥିଲେ ଯେ ଇରାନ ଯଦି ଆଣବିକ ଅସ୍ତ୍ର ତିଆରି କରିବ ତାଙ୍କ ଦେଶ ମଧ୍ୟ ଏହା କରିବାକୁ ପଛେଇବ ନାହିଁ । ବିଶେଷଜ୍ଞଙ୍କ ମତରେ ସାଉଦି ନିଜର ଆଣବିକ ଅସ୍ତ୍ରକୁ ବହନ କରିବା ପାଇଁ ବାଲିଷ୍ଟିକ ମିସାଇଲର ବିକାଶ କରୁଛି । ଚୀନ ଓ ପାକିସ୍ତାନ ସହଯୋଗରେ  ଏହା କରାଯାଉଥିବା ସଂଦେହ କରାଯାଉଛି ।

ସମ୍ବନ୍ଧିତ ଖବର