ଇମ୍ରାନ ଖାନଙ୍କୁ ଭେଟିବାକୁ ଚାହୁଁନଥିଲେ ଟ୍ରମ୍ପ, ଏହି ବ୍ୟକ୍ତିଙ୍କ ସୁପାରିଶ ପରେ ହିଁ ମିଳିଲା ଅନୁମତି

ଇସଲାମାବାଦ: ଆମେରିକା ଗସ୍ତରେ ଯାଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଯେଭଳି ବ୍ୟବହାର କରାଯାଇଛି ତାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି | ଇମ୍ରାନ ଖାନ ଯେତେବେଳେ ଆମେରିକା ବିମାନବନ୍ଦରରେ ଓହ୍ଲାଇଥିଲେ ସେତେବେଳେ କୌଣସି ଭିଆଇପି ସୁବିଧା ମିଳିନଥିଲା | ଆମେରିକା ସରକାରଙ୍କ ପକ୍ଷରୁ କୌଣସି ବି ଅଧିକାରୀ ତାଙ୍କୁ ସ୍ୱାଗତ କରିବାକୁ ପହଞ୍ଚିନଥିଲେ | ତେବେ ପାକିସ୍ତାନ ଗଣମାଧ୍ୟମ ପକ୍ଷରୁ ପ୍ରକାଶିତ ଖବର ଅନୁସାରେ ହ୍ୱାଇଟ ହାଉସ ପକ୍ଷରୁ ଇମ୍ରାନଙ୍କୁ ପସନ୍ଦ କରାଯାଏ ନାହିଁ |

କିନ୍ତୁ ସାଉଦି ଆରବ ପ୍ରିନ୍ସଙ୍କ ସୁପାରିଶ କ୍ରମେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଟ୍ରମ୍ପଙ୍କ ସହ ଭେଟିବାକୁ ସମୟ ମିଳିଥିଲା | କୁହାଯାଉଛି ସାଉଦି ରାଜକୁମାର ମହମ୍ମଦ ବିନ ସଲମାନ ଆମେରିକା ରାଷ୍ଟ୍ରପତିଙ୍କ ଜ୍ୱାଇଁ ଜାରେଡ କୂଶନରଙ୍କ ସହାୟତାରେ ଟ୍ରମ୍ପଙ୍କୁ ଭେଟିବାକୁ ସମୟ ସ୍ଥିର କରାଇଥିଲେ |

ଏଠାରେ ସୂଚନା ଥାଉ କି କୂଶନର ଟ୍ରମ୍ପଙ୍କ ବରିଷ୍ଠ ପରାମର୍ଶଦାତା ଭାବେ ବେଶ ଜଣାଶୁଣା | ଅନ୍ୟ ଏକ ସୂତ୍ରରୁ ଜଣାପଡିଛି ଯେ ପାକିସ୍ତାନ ସରକାରଙ୍କ ପକ୍ଷରୁ ଇମ୍ରାନଙ୍କ ସ୍ୱାଗତ ପାଇଁ ଆମେରିକା ବୈଦେଶିକ ମନ୍ତ୍ରାଳୟକୁ ଏକ କୋଟି ୭୨ ଲକ୍ଷ ଟଙ୍କା ଦେବାକୁ କୁହାଯାଇଥିଲା | କିନ୍ତୁ ଆମେରିକା ବୈଦେଶିକ ମନ୍ତ୍ରାଳୟ ଏଭଳି ପ୍ରସ୍ତାବକୁ ମନା କରିଦେଇଥିଲା |

ସମ୍ବନ୍ଧିତ ଖବର