ଇସ୍ଲାମାବାଦ : ପାକିସ୍ତାନର ଆର୍ଥିକ ଅବସ୍ଥା ଏବେ ବେଶ ସଂଗୀନ ରହିଛି । ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାରରେ ଏବେ ୭.୫ ବିଲିୟନ (୧ ବିଲିୟନ ୧୦୦ କୋଟି) ଡଲାରରୁ ବି ତଳକୁ ଖସିଯାଇଛି । ଜରୁରୀ ସାମଗ୍ରୀ ଯେପରିକି ତେଲ କିଣିବା ପାଇଁ ପାକିସ୍ତାନ ପାଖରେ ଅର୍ଥ ନାହିଁ । ଏଥିପାଇଁ ପାକିସ୍ତାନ ନିଜର ମିତ୍ର ଦେଶ ଯଥା ଚୀନ ଓ ସାଉଦି ଆରବ ନିକଟରେ ହାତ ପତାଉଛି । ସାଉଦି ଆରବ ୩ ବିଲିୟନ ଡଲାର ସହାୟତା ଦେବ ବୋଲି ଘୋଷଣା କରିଥିଲ । କିନ୍ତୁ ଆଜି ଆସିଥିବା ସୂଚନା ଅନୁସାରେ ସାଉଦି ଆରବ ମାତ୍ର ୧ ବିଲିୟନ ଡଲାର ପଠେଇଛି । ଏ ସଂପର୍କରେ ଷ୍ଟେଟ ବ୍ୟାଙ୍କ ଅଫ ପାକିସ୍ତାନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ଅର୍ଥ ଆସିବା ପରେ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ଏବେ ୮.୫ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । କିନ୍ତୁ ପାକିସ୍ତାନ ଏବେ ଏହି ଅର୍ଥକୁ ବ୍ୟବହାର କରିପାରିବ ନାହିଁ । ଏହା ବୈଦେଶିକ ମୁଦ୍ରା ଭଣ୍ଡାରରେ ଗଚ୍ଛିତ ରହିବ । ଚଳନ୍ତି ଖାତା ନିଅଣ୍ଟକୁ ହ୍ରାସ କରିବା ପାଇଁ ପାକିସ୍ତାନ ଆହୁରି ୧୨ ବିଲିୟନ ଡଲାର ଆବଶ୍ୟକ କରୁଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଚୀନ ମଧ୍ୟ ପାକିସ୍ତାନକୁ ଆର୍ଥିକ ସହାୟତା ବିଷୟରେ ଘୋଷଣା କରିଛି, କିନ୍ତୁ କେତେ ଦେବ ତାହା ଏପର୍ଯ୍ୟନ୍ତ ପ୍ରକାଶ କରିନାହିଁ । ଆସନ୍ତା ସପ୍ତାହରେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ମାଲେସିଆ ଗ୍ରସ୍ତରେ ଯିବେ । ସେଠାରେ ମଧ୍ୟ ସେ ହାତ ପତେଇବେ ।