ବିଜେପିରୁ ପଟିଦାର ନେତା ସାଓ୍ଵାନିଙ୍କ ଇସ୍ତଫା

ନୂଆଦିଲ୍ଲୀ : ପଟିଦାର ନେତା ନରେନ୍ଦ୍ର ପଟେଲ ଗତକାଲି ବିଜେପି ବିରୋଧରେ ଆଣିଥିବା ୧ କୋଟି ଟଙ୍କା ଲାଞ୍ଚ ଅଭିଯୋଗ ପରେ ପରେ ଅନ୍ୟତମ ପଟିଦାର ନେତା ନିଖିଲ ସାଓ୍ଵାନି ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ନିକଟରେ ବିଜେପିରେ ଯୋଗ ଦେଇଥିବା ନିଖିଲଙ୍କ କହିବା ଅନୁଯାୟୀ, ବିଜେପି କେବଳ ନିର୍ବାଚନୀ ଦୌଡ଼ ପାଇଁ ପଟିଦାର ସମ୍ପ୍ରଦାୟକୁ ହାତେଇବାକୁ ଚେଷ୍ଟା କରୁଛିି। କିନ୍ତୁ ପ୍ରକୃତରେ ପଟିଦାର ସମ୍ପ୍ରଦାୟ ପ୍ରତି ବିଜେପିର ଆନ୍ତରିକତା ଶେଷ ପର୍ଯ୍ୟନ୍ତ ରହିବନି ବୋଲି ହୃଦୟଙ୍ଗମ କରିବା ପରେ ହିଁ ସେ ଦଳରୁ ଇସ୍ତଫା ଦେବା ନିଷ୍ପତ୍ତି ନେଇଛନ୍ତି। ବିଜେପି କେବଳ ପଟିଦାରମାନଙ୍କୁ ଭୋଟ୍‌ ବ୍ୟାଙ୍କ୍‌ ଭାବେ ଗ୍ରେହଣ କରିଛି ଏବଂ ଏହାର ପ୍ରତିଶ୍ରୁତି କେବଳ ଲଲି ପପ୍‌ ସଦୃଶ ବୋଲି ସାଓ୍ଵାନି କହିଛନ୍ତି।

ସମ୍ବନ୍ଧିତ ଖବର