ବିମୁଦ୍ରାକରଣ ପରେ ଏସବିଆଇର ୧୮ହଜାର ୧୩୫ ଏଟିଏମରେ ଭର୍ତ୍ତି ହୋଇପାରୁ ନାହିଁ ନୂଆ ନୋଟ୍ !

ନୂଆଦିଲ୍ଲୀ : ବିମୁଦ୍ରାକରଣର ୨୧ମାସ ପରେ ଭାରତର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ୧୮,୧୩୫ ଏଟିଏମରେ ଏବେ ବି ନୂଆ ନୋଟ ଭର୍ତ୍ତି କରାଯାଇ ପାରିନାହିଁ । ବିମୁଦ୍ରାକରଣ ପରେ ବ୍ୟାଙ୍କ ପକ୍ଷରୁ ୨୨.୫୦ କୋଟି ଟଙ୍କା ଖର୍ଚ୍ଚ କରି ୪୧ହଜାର ୩୮୬ ଏଟିଏମକୁ ନୂଆ ରୂପ ଦିଆଯାଇଥିଲେ ମଧ୍ୟ ଆହୁରି ବହୁ ସଂଖ୍ୟକ ଏଟିଏମ୍ କାର୍ଯ୍ୟକାରୀ ହୋଇପାରି ନାହିଁ । ତେବେ ମଧ୍ୟପ୍ରଦେଶର କେତେକ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଏପରି ଖବର ମିଳିପାରିଛି। ମିଳିଥିବା ସୂଚନା ଅନୁସାରେ ସାରା ଭାରତରେ କେତେ ପରିମାଣରେ ବ୍ୟାଙ୍କର ଏଟିଏମ ନୋଟବନ୍ଦୀ ସମୟରେ ନଷ୍ଟ ହୋଇଛି ତାହା ଜାଣିବା ପାଇଁ ଆରଟିଆଇ ଜରିଆରେ ପଚାରିଥିଲେ । ତେବେ ତାଙ୍କୁ ଏସବିଆଇ ସମସ୍ତ ପ୍ରକାର ତଥ୍ୟ ଦେଇଥିବା ଜଣାପଡିଛି । ଏହାସହ ବର୍ତ୍ତମାନ ସମୟରେ କେତେ ବ୍ୟାଙ୍କ ଏଟିଏମରେ ୨୦୦୦,୫୦୦ ଓ ୨୦୦ଟଙ୍କା ଭର୍ତ୍ତି କରାଯାଇ ପାରିବ ସେ ବିଷୟରେ ମଧ୍ୟ ସମସ୍ତ ତଥ୍ୟ ବ୍ୟାଙ୍କ ଦେଇଛି ।

BGR India

ତେବେ ନୋଟବନ୍ଦୀ ପୂର୍ବରୁ ଯେଉଁ ଭଳି ଭାବରେ ବ୍ୟାଙ୍କ ଏଟିଏମର ନିର୍ମାଣ କରାଯାଇଥିଲା ସେଥିରେ ବର୍ତ୍ତମାନ ସମୟରେ ପ୍ରଚଳିତ ଟଙ୍କା ଭର୍ତ୍ତି କରିବା ସମ୍ଭବ ନୁହେଁ । ତେଣୁ ସେହି ସବୁ ଏଟିଏମକୁ ନୂଆ ଭାବରେ ଗଠନ କରିବାକୁ ହେଲେ ସମୟର ମଧ୍ୟ ଆବଶ୍ୟକତା ରହିଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ମସିହାରେ ୫୦୦ ଓ ୧୦୦୦ଟଙ୍କାର ପୁରୁଣା ନୋଟ ଉପରେ ରୋକ ଲଗାଇଥିଲେ । ଏହାପରେ ଭାରତୀୟ ବ୍ୟାଙ୍କ ନୂତନ ଭାବରେ ୨ଶହ, ପାଞ୍ଚଶହ ଓ ଦୁଇ ହଜାର ଟଙ୍କାର ଛପାଇଥିଲା । ତେବେ ନୋଟବନ୍ଦୀ ସମୟରେ ଅନେକ ଲୋକ ପ୍ରଭାବିତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଅନେକ ଏଟିଏମ ସଠିକ ଭାବରେ କାର୍ଯ୍ୟକାରୀ ହୋଇନଥିବା ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର