ସହଯୋଗୀ ବ୍ୟାଙ୍କଗୁଡ଼ିକର ମିଶ୍ରଣ ପରେ ଏସ୍‌ବିଆଇ ୧୨୯୫ ଶାଖାର ନାମ ସହ ଆଇଏଫ୍‌ଏସ୍‌ସି କୋର୍ଡକୁ ପରିବର୍ତ୍ତନ କଲା

ନୂଆଦିଲ୍ଲୀ: ଦେଶର ସର୍ବ ବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ୍‌ (ଏସ୍‌ବିଆଇ) ନିଜର ଛଅଟି ସହଯୋଗୀ ବ୍ୟାଙ୍କ୍‌ଗୁଡ଼ିକର ମିଶ୍ରଣ ନିଜ ସହ ଘଟାଇବା ପରେ ଏବେ ପାଖାପାଖି ୧୩୦୦ଟି ଶାଖାର ନାମ ଓ ଆଇଏଫ୍‌ଏସ୍‌ସି କୋର୍ଡକୁ ପରିବର୍ତ୍ତନ କରିଛି। ପ୍ରଥମେ ନିଜର ଛଅଟି ସହଯୋଗୀ ବ୍ୟାଙ୍କର ନିଜ ସହ ମିଶ୍ରଣ ଘଟାଇବା ପରେ ୨୦୧୭ ଅପ୍ରେଲ ୧ ତାରିଖରେ ଭାରତୀୟ ମହିଳା ବ୍ୟାଙ୍କ୍‌ର ମିଶ୍ରଣ ମଧ୍ୟ ଭାରତୀୟ ଷ୍ଟେଟ ବ୍ୟାଙ୍କ ସହ ଘଟିଛି। ଏହି ମିଶ୍ରଣ ଫଳରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଆକାର ବୃଦ୍ଧି ପାଇବା ସହ ଏହାର କାରବାରରେ ମଧ୍ୟ ବୃଦ୍ଧି ଘଟଛି।

ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କର ସ୍ଥାନ ସମଗ୍ର ବିଶ୍ୱରେ ୫୩ ତମ ସ୍ଥାନରେ ରହିଛି। ୨୦୧୮ ଜୁନ୍‌ ୩୦ ତାରିଖ ସୁଦ୍ଧା ବ୍ୟାଙ୍କର ଆର୍ଥିକ କାରବାର ୩୩.୪୫ ଲକ୍ଷ କୋଟି ରହିଛି। ନିଜ ସହ ସହଯୋଗୀ ବ୍ୟାଙ୍କଗୁଡ଼ିକର ମିଶ୍ରଣ ପରେ ଏବେ ସମଗ୍ର ଦେଶରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ୨୨,୪୨୮ଟି ଶାଖା ରହିଥିବା ବେଳେ ନୂତନ ଭାବେ ୭୧ ହଜାର କର୍ମଚାରୀ ଭାରତୀୟ ଷ୍ଟେଟ ବ୍ୟାଙ୍କର କର୍ମଚାରୀ ଭାବେ ମାନ୍ୟତା ପାଇଛନ୍ତି। ଫଳରେ ଭାରତୀୟ ଷ୍ଟେଟ ବ୍ୟାଙ୍କର କର୍ମଚାରୀ ସଂଖ୍ୟା ଏବେ ୨ ଲକ୍ଷରେ ପହଞ୍ଚିଛି।

ସମ୍ବନ୍ଧିତ ଖବର