ସାଧାରଣ ଲୋକଙ୍କ ସୁବିଧା ପାଇଁ ଏସ୍‌ବିଆଇର ନୂଆ ଯୋଜନା

ନୂଆଦିଲ୍ଲୀ : ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ସାଧାରଣ ଲୋକଙ୍କ ସୁବିଧା ପାଇଁ ଏବେ ନୂଆ ସ୍କିମ ପ୍ରଣୟନ କରିଛନ୍ତି। ଯାହାଦ୍ୱାରା ଲୋକମାନେ ସୁବିଧାରେ ବ୍ୟାଙ୍କ କାର୍ଯ୍ୟରୁ ଉପକୃତ ହୋଇପାରିବେ। ଆସନ୍ତୁ ଜାଣିବା ଏ ବାବଦରେ …

ଯଦି ଆପଣ ବ୍ୟାଙ୍କରେ ଲାଇନରେ ଲାଗିବାକୁ ଚାହୁଁ ନାହାନ୍ତି, ତେବେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଆପଣଙ୍କ ପାଇଁ ଖାସ ଆପ ଆଣିଛି। ତାହା ହେଉଛି ‘ୟୁ ଓନଲି ନିଡ ୱାନ’। ଏହି ଆପ ମାଧ୍ୟମରେ ଆପଣଙ୍କୁ ବହୁତ ସୁବିଧା ମିଳିବ। ଖାତା ଖୋଲିବାବେଳେ ହେଉଥିବା ହଇରାଣରୁ ବଂଚିତ ହେବା ସହ ପାଂଚ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ବି ମାଗଣାରେ ମିଳିବ। ଏସବିଆଇ ଏହି ୟୋନୋ ଆପ ବ୍ୟତୀତ ଆକ୍ସିସ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଘରେ ବସି ଡିଜିଟାଲ ଖାତା ଖୋଲିବାର ସୁବିଧା ଦେଉଛି । ଏହି ଖାତା କେବଳ ୧୮ ବର୍ଷରୁ ଉର୍ଦ୍ଧ୍ୱ ଆୟୁ ଥିବା ଲୋକ ଖୋଲିପାରିବେ।

 

ଏହି ଖାତାକୁ ଖୋଲିବା ବହୁତ ସହଜ। ମୋବାଇଲ ନମ୍ବର, ଇମେଲ ଆଇଡି ଏବଂ କିଛି ଡିଜିଟାଲ ଦସ୍ତାବିଜ ମାଧ୍ୟମରେ ଏସବିଆଇରେ ଖାତା ଖୋଲିପାରିବେ । ଖାତା ଖୋଲିବା ପାଇଁ ଆଧାର କାର୍ଡ, ପାନ କାର୍ଡ ଥିବା ଜରୁରୀ। ଗୋଟିଏ ମୋବାଇଲ ନମ୍ବର ଓ ଇମେଲ ଆଇଡିରେ କେବଳ ଗୋଟିଏ ଖାତା ଖୋଲିପାରିବେ। ଏହି ଖାତାକୁ କେବଳ ଭାରତୀୟ ଲୋକ ହିଁ ଖୋଲିପାରିବେ । ଖାତା ଖୋଲିବା ପାଇଁ ନୋମିନିର ନାମ ଦେବା ଜରୁରୀ ଅଟେ। ଖାତା ଖୋଲିବା ସମୟରେ ଆପଣ ଯେଉଁ ଷ୍ଟେଟବ୍ୟାଙ୍କ ଶାଖାର ଚୟନ କରୁଛନ୍ତି, ତାହା ଆପଣଙ୍କ ହୋମ ବ୍ରାଂଚ ହୋଇଯିବ। ଖାତା ଖୋଲିବା ପ୍ରକ୍ର୍ରିୟାରେ ଥରେ ମାତ୍ର ବ୍ୟାଙ୍କ ଯାଇକି ଆଧାର କାର୍ଡ ଭେରିଫିକେସନ କରିବାକୁ ପଡିବ। ଖାତା ଖୋଲିବା ପରେ ଆପଣଙ୍କୁ ବ୍ୟାଙ୍କର ସମସ୍ତ ସୁବିଧା ମିଳିବ ଓ ପ୍ଲାଟିନମ ଡେବିଟ କାର୍ଡ ବି ମିଳିବ। ଆପ ଜରିଆରେ ଖାତା ଖୋଲିବା ପରେ ଆପଣଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଦୁର୍ଘଟଣା ବୀମା ମିଳିବ।

ପ୍ଲାଟିନମ ଡେବିଟ କାର୍ଡ ଜରିଆରେ ଆପଣ ଏଟିଏମରୁ ୧ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଉଠାଇପାରିବେ। ଆପ ଜରିଆରେ ଚେକବୁକ ବି ମଗାଇ ପାରିବେ କିନ୍ତୁ ଏଥିପାଇଁ ପ୍ରତି ଫର୍ଦକୁ ୧୦ ଟଙ୍କା ଦେବାକୁ ପଡିବ। ଖାତାର ସମ୍ପୂର୍ଣ୍ଣ ବିବରଣୀ ଆପଣଙ୍କୁ ଇମେଲ ଆଇଡିରେ ମିଳିବ। ଯଦି ଏହି ଖାତାରେ ଆପଣ ୨୫ ହଜାର ଟଙ୍କା ରଖିବେ ତେବେ ସର୍ବନିମ୍ନ ମୂଲ୍ୟର ଝାମେଲା ରହିବନି। ଏହି ମୋବାଇଲ ଆପକୁ ଆପଣ ପ୍ଲେଷ୍ଟୋରରୁ ଡାଉନଲୋଡ କରିପାରିବେ।

ଏସବିଆଇର ମୁଖ୍ୟ ପରିଚାଳକ ଏକେ ଗୁପ୍ତାଙ୍କ ମୁତାବକ ଯୁବକଙ୍କ ଉପରେ ଫୋକସ କରି ଏହି ସେବାର ପ୍ରାରମ୍ଭ କରଯାଇଛି । ଘରେ ବସି ମୋବାଇଲରୁ ଖାତା ଖୋଲିବାର ସୁବିଧା ଆକ୍ସିସ ବ୍ୟାଙ୍କ ବି ଦେଉଛି। ଏହା ଅଧିନରେ ଆପଣଙ୍କୁ ବ୍ୟାଙ୍କର ୱେବସାଇଟକୁ ଯାଇ ଆବେଦନ କରିବାକୁ ପଡିବ। ତିନି ମିନିଟ ଭିତରେ ଏହି ଖାତା ଖୋଲିଯିବ। ଏହି ଖାତା ସାମାନ୍ୟ ଜମା ଖାତା ଭଳି ହିଁ କାମ କରିବ।

ସମ୍ବନ୍ଧିତ ଖବର