ଓକିଲମାନଙ୍କର ଫିଜ୍‌ ନିର୍ଦ୍ଧାରଣ କରିବାକୁ କେନ୍ଦ୍ର ସରକାରଙ୍କୁ କହିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଆଇନ ବୃତ୍ତିରେ ବ୍ୟାବସାୟୀକରଣ ବଢ଼ି ଚାଲିଥିବାରୁ ସୁପ୍ରିମ୍‌ କୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଓକିଲମାନେ ଅତ୍ୟଧିକ ଫିଜ୍‌ ଦାବି କରୁଥିବାରୁ ଗରିବ ଶ୍ରେଣୀର ଲୋକେ ବିଚାର ବ୍ୟବସ୍ଥା ନିକଟରେ ପହଞ୍ଚିବାକୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ତେଣୁ ଓକିଲମାନଙ୍କର ‘ଫିଜ୍‌’ ନିର୍ଦ୍ଧାରଣ କରିବାକୁ ସୁପ୍ରିମ୍‌ କୋର୍ଟ ମଙ୍ଗଳବାର ଦିନ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟଙ୍କର କେତେଗୁଡ଼ିଏ ରାୟ ଏବଂ ଲ’ କମିସନ୍‌ଙ୍କ ରିପୋର୍ଟ ଆଧାର କରି ଜଷ୍ଟିସ୍‌ ଆଦର୍ଶ କେ ଗୋଏଲ ଏବଂ ୟୁ ୟୁ ଲଳିତାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏବେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପର ସମୟ ଆସିଛି। ଆଇନ ବ୍ୟବସାୟର ନୈତିକତା ବଜାୟ ରଖିବା ପାଇଁ ଆଇନ କରିବା ଏବଂ ଅର୍ଥାଭାବ ଯୋଗୁଁ ଗରିବ ଶ୍ରେଣୀର ଲୋକେ ଯେମିତି ପ୍ରବୀଣ ଓକିଲଙ୍କ ସହାୟତାରୁ ବଞ୍ଚିତ ନ ହୁଅନ୍ତି ସେଥି ପ୍ରତି କେନ୍ଦ୍ର ସରକାର ବ୍ୟବସ୍ଥା କରନ୍ତୁ। ଓକିଲମାନଙ୍କର କ୍ଲାଏଣ୍ଟ୍‌ଙ୍କୁ କୋର୍ଟ ତରଫରୁ ମଳୁଥିବା ଅର୍ଥରୁ ସମ୍ପୃକ୍ତ ଓକିଲମାନେ ଭାଗ ଦାବି କରୁଥିବା ପ୍ରଥାକୁ ମଧ୍ୟ ଖଣ୍ଡପୀଠ ନାପସନ୍ଦ କରିଛନ୍ତି। ଏହାକୁ ଏକ ବୃତ୍ତିଗତ ମନ୍ଦ ଆଚରଣ କହି ଏ ଭଳି ତ୍ରୁଟି କରୁଥିବା ଓକିଲମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ଗ୍ରହଣ କରାଇବାକୁ ଖଣ୍ଡପୀଠ କହିଛନ୍ତି।

ସମ୍ବନ୍ଧିତ ଖବର