ଓଡ଼ିଶା ହାଇକୋର୍ଟର ୨ ବିଚା‌ରପତିଙ୍କ ବଦଳି ହେବ

ନୂଆଦିଲ୍ଲୀ : ସୁପ୍ରିମ୍‌ କୋର୍ଟ କଲେଜିୟମ ବୈଠକରେ ଆଜି ବିଭିନ୍ନ ହାଇକୋର୍ଟରେ ଅବସ୍ଥାପିତ ୮ ଜଣ ବିଚାରପତିଙ୍କ ବଦଳି ଲାଗି ସୁପାରିସ କରାଯାଇଛି। ଏଥିରେ ଓଡ଼ିଶା ହାଇ‌େକାର୍ଟର ବିଚାରପତି ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତିଙ୍କୁ ବମ୍ବେ ହାଇକୋର୍ଟ ଏବଂ ବିଚାରପତି ଜଷ୍ଟିସ୍‌ ସୁଜିତ ନାରାୟଣ ପ୍ରସାଦଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟକୁ ବଦଳି କରାଯିବା ପାଇଁ କଲେଜିୟମ୍‌ ପକ୍ଷରୁ କେନ୍ଦ୍ର ଆଇନ ମନ୍ତ୍ରାଳୟକୁ ସୁପାରିସ କରାଯାଇଛି। ଏହା ସହିତ ମାଡ୍ରାସ ହାଇକୋର୍ଟରେ କାର୍ଯ୍ୟରତ ଜଷ୍ଟିସ ଶତ୍ରୁଘ୍ନ ପୂଜାରୀଙ୍କୁ ଓଡ଼ିଶା ହାଇକୋର୍ଟକୁ ଫେରାଇ ଆଣିବାକୁ ମଧ୍ୟ ସୁପାରିସ କରିଛନ୍ତି କ‌େଲଜିୟମ୍‌। ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗଇ, ଜଷ୍ଟିସ ମଦନ ବି ଲୋକୁର, ଜଷ୍ଟିସ କୁରିଏନ ଯୋଶେଫ୍‌, ଜଷ୍ଟିସ ଏକେ ସିକ୍ରି ଓ ଜଷ୍ଟିସ୍‌ ଏସ୍‌ଏ ବବ୍‌ଡ଼େଙ୍କୁ ନେଇ ଗଠିତ କଲେଜିୟମ ଓଡ଼ିଶା ହାଇକୋର୍ଟରେ ଖାଲି ପଡ଼ିଥିବା ୧୨ ବିଚାରପତି ପଦ ପୂରଣ ପାଇଁ ତତ୍ପରତା ଦେଖାଇଛନ୍ତି। ହାଇକୋର୍ଟର ବିଚାରପତି ନିଯୁକ୍ତି ନେଇ ପ୍ରାର୍ଥୀମାନଙ୍କ ସାକ୍ଷାତକାର ମଧ୍ୟ କରାଯାଇଥିଲା। ଓଡ଼ିଶାର ଜ‌େଣ ଜିଲ୍ଲା ଜଜ୍‌ ଏବଂ ୩ ଜଣ ବରିଷ୍ଠ ଆଇନଜୀବୀଙ୍କ ସା‌କ୍ଷାତକାର ନିଆଯାଇଥିବା ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟ ସା‌କ୍ଷାତକାରରେ ଜିଲ୍ଲା ଜଜ୍‌ ଅକ୍ଷୟ ମିଶ୍ର ଏବଂ ୩ ଜଣ ବରିଷ୍ଠ ଆଇନଜୀବୀ ରୁଦ୍ର ପ୍ରସାଦ କର, କାଳୀ ପ୍ରସାଦ ମିଶ୍ର ଏବଂ ତୁଷାରକାନ୍ତ ମିଶ୍ର ଯୋଗ ଦେଇଥିଲେ।

ପୂର୍ବରୁ ଓଡ଼ିଶା ହାଇକୋର୍ଟ କଲେଜିୟମ ଦ୍ବାରା ଖାଲି ପଡ଼ିଥିବା ବିଚାରପତି ପଦ ପୂରଣ ପାଇଁ ୧୨ ଜଣଙ୍କ ନାମ ସୁପାରିସ କରାଯାଇଛି। ତଦନୁସାରେ ସୁପ୍ରିମକୋର୍ଟ କଲେଜିୟମ୍‌ ଦ୍ବାରା ୧୨ ଜଣ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ପତ୍ର ଲେଖାଯାଇଥିଲା। ହେଲେ ଶେ‌ଷ ମୁହୂର୍ତ୍ତରେ ୪ ଜଣଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟ ସାକ୍ଷାତକାର ସମ୍ପର୍କରେ କୌଣସି ସୂଚନା ମିଳିନଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୪ ଜଣ ପ୍ରାର୍ଥୀଙ୍କ ସମ୍ପର୍କରେ ଖୁବ୍‌ଶୀଘ୍ର କଲେଜିୟମ୍‌ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର