ଓଡ଼ିଆ ସମେତ ୬ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ ସୁପ୍ରିମ୍‌ କୋର୍ଟ ରାୟ

ନୂଆଦିଲ୍ଲୀ: ଏଣିକି ଓଡ଼ିଆ ସମେତ ଅହମିୟା, ହିନ୍ଦୀ, କନ୍ନଡ, ମରାଠୀ ଓ ତେଲୁଗୁ ଭାଷାରେ ଉପଲବ୍ଧ ହେବ ସୁପ୍ରିମକୋର୍ଟଙ୍କ ରାୟ । ସୁପ୍ରିମକୋର୍ଟ ରାୟ କେବଳ ଇଂରାଜୀ ଭାଷାରେ ପ୍ରଦାନ କରାଯାଉଥିବା ବେଳେ ଆଞ୍ଚଳିକ ଭାଷାରେ ରାୟ ଉପଲବ୍ଧ ହୋଇପାରୁ ନଥିବା ଯୋଗୁଁ ମକଦ୍ଦମାରେ ଜଡ଼ିତ ପକ୍ଷମାନଙ୍କୁ ଅନେକ ସମୟରେ ଅନୁବାଦ କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ଏନେଇ ବିଭିନ୍ନ ମହଲାରୁ ଆଞ୍ଚଳିକ ଭାଷାରେ ରାୟକୁ ସୁପ୍ରିମକୋର୍ଟ ୱେବ୍‌ସାଇଟ୍ରେ ଅପଲୋଡ୍ କରିବା ପାଇଁ ନିବେଦନ କରାଯାଇଥିଲା। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ସଫ୍ଟୱେର୍‌ ଜରିଆରେ ରାୟଗୁଡ଼ିକୁ ଆଞ୍ଚଳିକ ଭାଷାରେ ଅନୁବାଦ କରାଯିବ ବୋଲି କହିଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ସୁପ୍ରିମକୋର୍ଟର ୱେବ୍‌ସାଇଟରେ ଓଡ଼ିଆ ସମେତ ୬ ଆଞ୍ଚଳିକ ଭାଷାରେ ରାୟ ଉପଲବ୍ଧ କରାଯିବ। ଉଲ୍ଲେଖଯୋଗ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅକ୍ଟୋବର ୨୦୧୭ରେ ହାଇକୋର୍ଟର ରାୟକୁ ଆଞ୍ଚଳିକ ଭାଷାରେ ଉବଲବ୍ଧ କରାଯିବା ପାଇଁ ମତ ଦେଇଥିଲେ।

ସମ୍ବନ୍ଧିତ ଖବର