ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠରେ ହେବ ଶ୍ରୀ ମନ୍ଦିର ସଂସ୍କାର ମାମଲାର ଶୁଣାଣି, ପକ୍ଷଭୁକ୍ତ ହେଲେ ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ : ଆସନ୍ତାକାଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହେବ। ପ୍ରାକ୍ତନ ବିଚାରପତି ଏ.କେ. ସିକ୍ରିଙ୍କ ଅବସର ପରେ ପ୍ରଥମ ଥର ପାଇଁ ଏହି ମାମଲାର ଶୁଣାଣି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠରେ ହେବ। ଯଦିବା ଏହି ମାମଲାର ଶୁଣାଣି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠରେ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଇଛି ଆସନ୍ତାକାଲି ସାମ୍ବିଧାନିକ ବେଞ୍ଚ ବସୁଥିବାରୁ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହେବା କମ୍ ସମ୍ଭାବନା ରହିଛି। ଅପପକ୍ଷେ ଶ୍ରୀମନ୍ଦିର ସଂସ୍କାର ମାମଲାରେ ଆଜି ପକ୍ଷଭୁକ୍ତ ହୋଇଛନ୍ତି ପୁରୀର ଶଙ୍କରାଚାର୍ଯ୍ୟ। ଗତ ମାସ ୫ ତାରିଖରେ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କରେ କୋର୍ଟଙ୍କ ଦ୍ବାରା ନିଯୁକ୍ତି ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଥିଲେ। ଇତିମଧ୍ୟରେ ରାଜ୍ୟ ସରକାରଙ୍କ ସମତେ କିଛି ପକ୍ଷ ଆମିକସ୍‌ କ୍ୟୁରିଙ୍କ ରିପୋର୍ଟ ଉପରେ ଜବାବ ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର