ସରକାରୀ ବିଜ୍ଞାପନ ନୀତି ଉଲ୍ଲଂଘନ ନେଇ ବିଜେପି ଓ ବିଜେପି ଶାସିତ ରାଜ୍ୟକୁ ନୋଟିସ୍‌ କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ସାର୍ବଜନୀନ ବିଜ୍ଞାପନ କ୍ଷେତ୍ରରେ ରହିଥିବା ଗାଇଡ୍‌ଲାଇନ୍‌କୁ ଅବଜ୍ଞା କରିଥିବା ଅଭିଯୋଗରେ ସୁପ୍ରିମକୋର୍ଟ ଶୁକ୍ରବାର ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ତେଲେଙ୍ଗାନା, ରାଜସ୍ଥାନ ରାଜ୍ୟ ସରକାର ଓ ଭାରତୀୟ ଜନତା ପାର୍ଟିକୁ ଏକ ନୋଟିସ୍‌ ଜାରି କରିଛନ୍ତି। ଏହି ନୋଟିସରେ ଦର୍ଶାଯାଇଛି କି ବିଜେପି ଶାସିତ ଏହି ରାଜ୍ୟ ସରାକାରମାନେ ବିଜ୍ଞାପନ ନେଇ ରହିଥିବା ସୁପ୍ରିମ କୋର୍ଟଙ୍କ ଏକ ନିର୍ଦ୍ଦେଶକୁ ଅବମାନନା କରିଛନ୍ତି କି ନାହିଁ ତାହା ସ୍ପଷ୍ଟ କରନ୍ତୁ।

ଆମ୍‌ ଆଦ୍‌ମୀ ପାର୍ଟିର ବିଧାୟକ ସଞ୍ଜୀବ ଝା ଅଭିଯୋଗ ଆଣି ଏକ ଯାଚିକା ଦାୟର କରିବା ପରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ନୋଟିସ୍‌ ଜାରି କରିଛନ୍ତି। ବିଧାୟକ ସଞ୍ଜୀବ ବିଜେପି ଶାସିତ ରାଜ୍ୟଗୁଡ଼ିକ ଉପରେ ଅଭିଯୋଗ ଆଣିଛନ୍ତି ଯେ ସର୍ବସାଧାରଣଙ୍କ ଟଙ୍କାକୁ ଅଯଥାରେ ବିଜେପି ସରକାର ରାଜନୈତିକ ବିଜ୍ଞାପନରେ ଖର୍ଚ୍ଚ କରୁଛନ୍ତି। ରାଜନୈତିକ ବ୍ୟକ୍ତିତ୍ୱଙ୍କୁ ପ୍ରୋତ୍ସାହିତ କରିବା ଉଦେଶ୍ୟରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି।

ଏହି ଅଭିଯୋଗ ଆସିବା ପରେ ସୁପ୍ରିମ୍‌କୋର୍ଟ ନୋଟିସ୍‌ ଜାରି କରିବା ପରେ ବିଜେପି ଓ ବିଜେପି ଶାସିତ ରାଜ୍ୟଗୁଡ଼ିକ ନିଜର ପକ୍ଷ ୪ ସପ୍ତାହ ମଧ୍ୟରେ ରଖିବାକୁ କହିଛନ୍ତି।

ସମ୍ବନ୍ଧିତ ଖବର