ହ୍ଵାଟ୍ସଆପ ଉପରେ ସୁପ୍ରିମକୋର୍ଟ ବିରକ୍ତ, ଭାରତରେ ଅଭିଯୋଗ ଅଧିକାରୀ ରଖିନ କାହିଁକି ?

ନୂଆଦିଲ୍ଲୀ: ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ଵାଟ୍ସଆପ ମାଧ୍ୟମରେ ବିଭିନ୍ନ ମିଥ୍ୟା ଖବର ଓ ଗୁଜବ ବ୍ୟାପୀ ଦେଶରେ ହିଂସାକାଣ୍ଡ ସୃଷ୍ଟି ହେଉଥିବାରୁ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିବା ସହ ହ୍ଵାଟ୍ସଆପ ଓ କେନ୍ଦ୍ର ଆଇଟି ମନ୍ତ୍ରାଳୟକୁ ନୋଟିସ ଜାରି କରିଛନ୍ତି । ଭାରତରେ ହ୍ଵାଟ୍ସଆପର ବ୍ୟବହାର ଏତେ ବ୍ୟାପକ ହୋଇଥିବା ସତ୍ତ୍ୱେ ଏହି କମ୍ପାନି କାହିଁକି ଭାରତରେ ନିଜର ଅଭିଯୋଗ ଅଧିକାରୀଙ୍କୁ ନିଯୁକ୍ତ କରିନାହିଁ । ଏ ସଂପର୍କରେ ଆସନ୍ତା ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ସୁପ୍ରିମକୋର୍ଟ କମ୍ପାନି ଓ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କିଛିଦିନତଳେ କେନ୍ଦ୍ର ଆଇଟି ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ରବିଶଙ୍କର ପ୍ରସାଦ ହ୍ଵାଟ୍ସଆପ ସିଇଓ କ୍ରିସ ଡାନିଏଲ୍ସଙ୍କୁ କହିଥିଲେ ଯେ ହ୍ଵାଟ୍ସଆପ ଭାରତରେ ନିଜର ଅଭିଯୋଗ କେନ୍ଦ୍ର ଖୋଲୁ, ଯଦ୍ୱାରା ଲୋକମାନେ ସହଜରେ କମ୍ପାନି ନିକଟରେ ପହଞ୍ଚିପାରିବେ । ସେହିପରି ହ୍ଵାଟ୍ସଆପ ଭାରତୀୟ ନିୟମକୁ ପାଳନ କରୁ । କାରଣ ହ୍ଵାଟ୍ସଆପକୁ କେନ୍ଦ୍ର କରି ଆମ ଦେଶରେ ଅପରାଧ ଘଟିଲେ ଆଇନଗତ ମାମଲା ପାଇଁ ଆମକୁ ଯୋପରି ଆମେରିକା ଦୌଡିବାକୁ ନପଡେ । ସେହିପରି ଭାରତରେ କମ୍ପାନି ନିଜର ଏକ ସ୍ୱୟଂସଂପୂର୍ଣ୍ଣ ୟୁନିଟ୍‌ ଖୋଲୁ ।

ସମ୍ବନ୍ଧିତ ଖବର