ଓକିଲମାନଙ୍କୁ ବରିଷ୍ଠ ପାହ୍ୟା ଦେବା ନିମନ୍ତେ କଠୋର ନିୟମାବଳୀ ଜାରି କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: କେଉଁ ଓକିଲମାନଙ୍କୁ ବରିଷ୍ଠ ପାହ୍ୟା ଦିଆ ଯିବ ତାହା ସ୍ଥିର କରିବାକୁ ସୁପ୍ରିମ୍‌ କୋର୍ଟ ଭାରତର ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଏକ ସ୍ଥାୟୀ କମିଟି ଗଠନ କରିବ ବୋଲି ଗୁରୁବାର ଦିନ କହିଛନ୍ତି।

ଏହି ପାଞ୍ଚ-ଜଣିଆ ସଦସ୍ୟ ବିଶିଷ୍ଟ କମିଟି ସୁପ୍ରିମ୍‌ କୋର୍ଟ ଏବଂ ହାଇକୋର୍ଟର ସବୁଠୁ ବରିଷ୍ଠ ବିଚାରପତି ଏବଂ ସମ୍ପୃକ୍ତ ବାର୍‌ର ଜଣେ ପ୍ରତିନିଧିଙ୍କୁ ଅନ୍ତର୍ଭୁକ୍ତ କରିବ।

ବରିଷ୍ଠ ଆଡ୍‌ଭୋକେଟ୍‌ ପାହ୍ୟା ପ୍ରଦାନ କରିବା ଏବେ ଆଉ ବିଚାରପତିଙ୍କର ଏକ ଚାଟିଆ ରାୟ ହୋଇ ପାରିବ ନାହିଁ। ବରିଷ୍ଠ ପାହ୍ୟା ପାଇବାକୁ ଯୋଗ୍ୟ କି, ନୁହେଁ ତାହା ଏକ ସ୍ଥାୟୀ କମିଟି ଆବେଦନକାରୀ ଓକିଲମାନଙ୍କର ସାକ୍ଷାତ୍‌କାର ନେଇ ସ୍ଥିର କରିବ ବୋଲି ଭାରତର ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଗଠିତ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି।

ଆବେଦନକାରୀମାନଙ୍କ ପୃଷ୍ଠଭୂମୀ ଯାଞ୍ଚ କରି ବରିଷ୍ଠତା ପାଇବାକୁ ଆଶାୟୀ ଓକିଲମାନଙ୍କର ଏକ ଚିଠା ପ୍ରସ୍ତୁତି କରିବ। ତା’ପରେ ଭୋଟିଙ୍ଗ୍‌ ପାଇଁ ଏହି ତାଲିକାକୁ ଏକ ପୂର୍ଣ୍ଣ କୋର୍ଟକୁ ପଠାଯିବ। ଦୁଇ ବର୍ଷ ପରେ ଅମନୋନୀତ ଆଶାୟୀମାନେ ପୁନର୍ବିଚାର ଯୋଗ୍ୟ ହୋଇ ପାରିବେ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।

ଓକିଲମାନଙ୍କୁ ବରିଷ୍ଠତା ପ୍ରଦାନ କରିବାକୁ ଆବେଦନ ପତ୍ର ଠୁଳ ଏବଂ ବିସ୍ତତ ବିପରଣୀ ସଂଗ୍ରହ କରିବାକୁ ଏକ ସଚିବାଳୟ ସ୍ଥାପନ କରିବାକୁ ସୁପ୍ରିମ୍‌ କୋର୍ଟ ଏକ ପ୍ରସ୍ତାବ ମଧ୍ୟ ଦେଇଛନ୍ତି।

ବୃତ୍ତିଗତ ତ୍ରୁଟି ବିଚ୍ୟୁତି ଏବଂ ଅନ୍ୟାନ୍ୟ ପ୍ରମାଦରେ ଦୋଷୀ ବରିଷ୍ଠ ଓକିଲ ପାହ୍ୟା ପ୍ରତ୍ୟାହାର ବିଚାରର ସମ୍ମୁଖୀନ ହେବେ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।

ସୁପ୍ରିମ୍‌ କୋର୍ଟ ଏବଂ ହାଇକୋର୍ଟ ବିଚାରପତିମାନଙ୍କୁ ନିଯୁକ୍ତି ଦେବା ଠାରୁ ମଧ୍ୟ ଏହି ବରିଷ୍ଠତା ସର୍ତ୍ତ ଅଧିକ କଠୋର ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର