ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ:ଯୋଗୀଙ୍କ ବିରୋଧରେ କାହିଁକି ମାମଲା ହେବନି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦୦୭ରେ ଦେଇଥିବା ଏକ ଘୃଣ୍ୟ ବକ୍ତବ୍ୟ ପାଇଁ କାହିଁକି ବିଚାରପ୍ରକ୍ରିୟା ସାମ୍ନା କରିବେନି ବୋଲି ଆଜି ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ତତ୍ତ୍ୱାବଧାନରେ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାରେ ୟୁପି ସରକାରଙ୍କୁ ପ୍ରଶ୍ନ କରି ନୋଟିସ୍‌ କରିଛନ୍ତି ଏବଂ ୪ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ କହିଛନ୍ତି। ତେବେ ମାମଲାରେ ଆହ୍ଲାବାଦ୍‌ ହାଇକୋର୍ଟଙ୍କର ଏକ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରି କୋର୍ଟ ଆଜି ୟୁପି ସରକାରଙ୍କୁ ଏହି ନୋଟିସ୍‌ କରିଛନ୍ତି। ୨୦୦୭ ଗୋରଖପୁର ଦଙ୍ଗା ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ପୃକ୍ତି ଥିବା ମାମଲାରେ ସିବିଆଇ ତଦନ୍ତ ଦାବି କରି ଗତ ଫେବ୍ରୁଆରି ମାସରେ ଆହ୍ଲାବାଦ୍‌ ହାଇକୋର୍ଟରେ ଏକ ଆବେଦନ ହୋଇଥିଲା କିନ୍ତୁ କୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।

ସମ୍ବନ୍ଧିତ ଖବର