ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟକୁ ସଂଖ୍ୟାଲଘୁ ମାନ୍ୟତା ପ୍ରସଙ୍ଗ : ବିଚାର କରିବେ ୭ ଜଣିଆ ସୁପ୍ରିମକୋର୍ଟ ବେଞ୍ଚ୍‌

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଆଲିଗଡ଼ଠାରେ ଥିବା ଐତିହାସିକ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟକୁ ଦିଆଯାଇଥିବା ସଂଖ୍ୟାଲଘୁ ମାନ୍ୟତା ପ୍ରତ୍ୟାହାର ପାଇଁ ସୁପ୍ରିମକୋର୍ଟରେ ଦାଏର ହୋଇଥିବା ମାମଲାକୁ ଏକ ବୃହତ ବେଞ୍ଚକୁ ପଠାଯାଇଛି । ଏଣିକି ଏକ ୭ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଦିଆଯାଉଥିବା ସଂଖ୍ୟାଲଘୁ ମାନ୍ୟତା କେଉଁ ଆଧାରରେ ଦିଆଯାଇଉଛି, ତାହାକୁ ମଧ୍ୟ ଏହି ବେଞ୍ଚ ତର୍ଜମା କରିବ ।

୨୦୦୬ରେ ଆହ୍ଲାବାଦ ହାଇକୋର୍ଟ ଏକ ରାୟ ଦେଇ କହିଥିଲେ ଯେ ଏଏମୟୁ ଏକ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ନୁହେଁ । ଏହା ବିରୋଧରେ ତତକାଳୀନ ୟୁପିଏ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପର୍ଯ୍ୟନ୍ତ ଏଏମୟୁ ମୁସଲିମ ମାନଙ୍କୁ ସିଟ ସଂରକ୍ଷଣ ଦେଇପାରିବ । ସୁପ୍ରିମକୋର୍ଟ ଯଦି ଆହ୍ଲାବାଦ ହାଇକୋର୍ଟ ରାୟକୁ କାଏମ ରଖନ୍ତି ତେବେ ଏହା ଆଉ ସମ୍ଭବ ହେବ ନାହିଁ । ଏବେ ଏଏମୟୁ ମୁସଲିମ ମାନଙ୍କୁ ସଂରକ୍ଷଣ ହେଉଥିବାବେଳେ ଅନୁସୂଚୀତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କୁ ସଂରକ୍ଷଣ ଦେଉନାହିଁ ।

ସମ୍ବନ୍ଧିତ ଖବର