ସିବିଆଇ ମୁଖ୍ୟ ଭାବେ ନାଗେଶ୍ୱର ରାଓଙ୍କ ଅସ୍ଥାୟୀ ନିଯୁକ୍ତି ବିରୋଧୀ ଆବେଦନର ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ସିବିଆଇ ନିର୍ଦେଶକ ଭାବେ ଏମ୍‌ ନାଗେଶ୍ୱର ରାଓଙ୍କ ଅସ୍ଥାୟୀ ନିଯୁକ୍ତିକୁ ବିରୋଧ କରି ‘କମନ୍‌ କଜ୍‌’ ନାମକ ଏନ୍‌ଜିଓ କରିଥିବା ଜନସ୍ୱାର୍ଥ ମାମଲାର ରାୟକୁ ସୁପ୍ରିମ୍‌ କୋର୍ଟ ସଂରକ୍ଷିତ ରଖିଛନ୍ତି।

ନାଗେଶ୍ୱର ରାଓଙ୍କ ନିଯୁକ୍ତି ଉଚ୍ଚକ୍ଷମତାସମ୍ପନ୍ନ ଚୟନ କମିଟି ଅନୁମୋଦନ ଅନୁସାରେ ହୋଇ ନାହିଁ ବୋଲି ଏନ୍‌ଜିଓ ଅଭିଯୋଗ କରିଥିଲା।
କେନ୍ଦ୍ର ସରକାରଙ୍କ ତରଫରୁ ହାଜର ହୋଇ ଆଟର୍ଣ୍ଣି ଜେନେରାଲ୍‌ କେକେ ବେଣୁଗୋପାଳ ସୁପ୍ରିମ୍‌ କୋର୍ଟଙ୍କୁ ଜଣାଇଥିଲେ କି, ଉପଯୁକ୍ତ ପଦ୍ଧତିରେ ସିବିଆଇ ନିର୍ଦେଶକଙ୍କ ନିଯୁକ୍ତି ହୋଇଛି।

‘କମନ୍‌ କଜ୍‌’ ତରଫରୁ ବରିଷ୍ଠ ଆଡ୍‌ଭୋକେଟ୍‌ ପ୍ରଶାନ୍ତ ଭୂଷଣ କହିଲେ କି, ଭବିଷ୍ୟତରେ ସବିଆଇ ନିର୍ଦେଶକଙ୍କ ନିଯୁକ୍ତି ପ୍ରଣାଳୀରେ ସ୍ୱଚ୍ଛତା ଅବଲମ୍ବନ କରିବାକୁ ମଧ୍ୟ ଏହି ପିଟିସନ୍‌ରେ ଆହ୍ଵାନ ଦିଆଯାଇଛି। ନିଯୁକ୍ତି ଲାଗି ନୀତି ଓ ଯୋଗ୍ୟତା ଆଦି ସୂଚନା ପବ୍ଲିକ୍‌ ଡୋମେନ୍‌ରେ ଛଡ଼ାଯିବା ଉଚିତ।

ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ହଟାଯିବା ପରେ ନୂତନ ନିର୍ଦେଶକ ନିଯୁକ୍ତି ପାଇବା ଯାଏଁ ସିବିଆଇର ଅତିରିକ୍ତ ନିର୍ଦେଶକ ଥିବା ରାଓଙ୍କୁ ଜାନୁଆରି ୧୦ ତାରିଖ ଦିନ ଅସ୍ଥାୟୀ ମୁଖ୍ୟ ଭାବେ ନିଯୁକ୍ତି ମିଳିଥିଲା।

ସମ୍ବନ୍ଧିତ ଖବର