ଏସ୍‌ସି/ଏସ୍‌ଟି ଆକ୍ଟର ଅପବ୍ୟବହାର: ଜଣେ ଦଳିତ ୬ ବର୍ଷରେ ୧୦ ମିଥ୍ୟା ମାମଲାରେ ଆୟ କରିଛନ୍ତି ୩ ଲକ୍ଷ

ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ନିବାରଣ ଆଇନରେ କିଛିଟା ପରିବର୍ତ୍ତନ ଆଣିବା ପାଇଁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟ ଦେଇଥିବା ଏକ ନିର୍ଦ୍ଦେଶନାମାକୁ କେନ୍ଦ୍ର କରି ଏବେ ଦେଶବ୍ୟାପି ତର୍କ, ବିତର୍କ ଓ ଆନ୍ଦେଳନ ଦେଖିବାକୁ ମିଳିଛି। ତେବେ, କେତେକ ବ୍ୟକ୍ତି ଏହି ଆଇନ୍‌ର କିପରି ଅପବ୍ୟବହାର କରୁଛନ୍ତି ଓ ଏହାକୁ କିପରି ଅର୍ଥ ଉପାର୍ଜନ ପାଇଁ ଏକ ମାଧ୍ୟମ କରିଛନ୍ତି, ସେସଂପର୍କିତ ଏକ ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି।

ଘଟଣାଟି ଘଟିଛି ଉତ୍ତର ପ୍ରଦେଶର ଅଲ୍ଲୀଗଡ଼ ଅନ୍ତର୍ଗତ ଏକ ଗ୍ରାମରେ। ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ହସ୍ତପୁର ଗ୍ରାମରେ ବାସ କରୁଥିବା ବିଷ୍ଣୁ ନାମକ ଜନୈକ ଦଳିତ ବ୍ୟକ୍ତିଙ୍କର ସେହି ଗ୍ରାମର ଅନ୍ୟ ଅନ୍ୟ ଜଣେ ସବର୍ଣ୍ଣ ବ୍ୟକ୍ତି ବୀରେନ୍ଦ୍ର ସିଂହଙ୍କ ସହିତ ଏକ ଜମିକୁ କେନ୍ଦ୍ରକରି ବିଗତ ୨୦୧୦ ମସିହାରୁ ବିବାଦ ରହିଥିଲା। ପରେ ବିବାଦୀୟ ଜମିଟି ତାଙ୍କ ନିଜର ବୋଲି ଦାବି କରି ବିଷ୍ଣୁ ୨୦୧୦ରୁ ୨୦୧୬ ମଧ୍ୟରେ ବୀରେନ୍ଦ୍ରଙ୍କ ବିରୋଧରେ ୧୦ଟି ମିଥ୍ୟା ମାମଲା ଥାନାରେ ଆଗତ କରିଥିଲେ। ତେବେ, ମାମଲାଗୁଡ଼ିକ ମିଥ୍ୟା ଥିବା ତଦନ୍ତରୁ ଜଣାପଡ଼ିବା ପରେ ପୋଲିସ୍‌ ଚୁପ୍‌ ରହିଯାଇଥିଲା। ପରେ ୨୦୧୬ ମେ ୫ ତାରିଖରେ ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ନିବାରଣ ଆଇନ ବଳରେ ବିଷ୍ଣୁ ଅନ୍ୟ ଏକ ମିଥ୍ୟା ମାମଲା ବୀରେନ୍ଦ୍ରଙ୍କ ବିରୋଧରେ ଥାନାରେ ଆଗତ କରିଥିଲେ। ତେବେ, ପୂର୍ବ ମାମଲାଗୁଡ଼ିକ ମିଥ୍ୟା ପ୍ରମାଣିତ ହୋଇ ସାରିଥିବାରୁ ପୋଲିସ୍‌ ଏମାମଲାରେ ଆଉ ଆଗେଇ ନଥିଲା।

ପରେ ବିଷ୍ଣୁର ପତ୍ନୀ ଅନୁସୂଚିତ ଜାତି ଓ ଜନଜାତି କମିଶନଙ୍କ ନିକଟରେ ପହଞ୍ଚି ଅଭିଯୋଗ କରିଥିଲା। ଅନୁସୂଚିତ ଜାତି ଓ ଜନଜାତି କମିଶନ ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲା ମାଜିଷ୍ଟ୍ରେଟ ଓ ଏସ୍‌ଏସ୍‌ପିଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ଅନୁସୂଚିତ ଜାତି ଓ ଜନଜାତି କମିଶନଙ୍କ ଠାରୁ ନିର୍ଦ୍ଦେଶ ପାଇବା ପରେ ବିଷ୍ଣୁ ସଂପର୍କରେ ତଦନ୍ତ କରି ଜିଲ୍ଲା ମାଜିଷ୍ଟ୍ରେଟ ଓ ଏସ୍‌ଏସ୍‌ପି ଯେଉଁ ତଥ୍ୟ ହାସଲ କରିଛନ୍ତି ତାହା ଯେତିକି ଚାଞ୍ଚଲ୍ୟକର ସେତିକି ସାଂଘାତିକ। ତଦନ୍ତ କାଳରେ ଜିଲ୍ଲା ମାଜିଷ୍ଟ୍ରେଟ ଓ ଏସ୍‌ଏସ୍‌ପ ଜାଣିବାକୁ ପାଇଛନ୍ତି ଯେ ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ନିବାରଣ ଆଇନରେ ବଳରେ ବିଭିନ୍ନ ଥାନାରେ ମିଥ୍ୟା ଅଭିଯୋଗ ଆଗତ କରିବା ସହ କ୍ଷତିପୂରଣ ବାବଦ ଅର୍ଥ ଆଦାୟ କରିବା ତା’ର ଏକ ନିୟମିତ ବ୍ୟବସାୟ। ବର୍ତ୍ତମାନ ସୁଦ୍ଧା ବିଷ୍ଣୁ ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ନିବାରଣ ଆଇନ ବଳରେ ୧୦ଟି ମିଥ୍ୟା ମାମଲା ଆଗତ କରି ଏବାବଦରେ ୩ ଲକ୍ଷ ୬ହଜାର ଟଙ୍କା ଆଦାୟ କରି ସାରିଥିବା ତଦନ୍ତ କାଳରେ ଜଣାପଡ଼ିଥବା ଏବଂ ତଦନ୍ତ ରିପୋର୍ଟ ଅନୁସୂଚିତ ଜାତି ଓ ଜନଜାତି କମିଶନଙ୍କ ନିକଟରେ ଦାଖଲ କରାଯାଇ ସାରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏସ୍‌ଏସ୍‌ପି ରାଜେଶ ପାଣ୍ଡେ।

ସମ୍ବନ୍ଧିତ ଖବର