ବୈବାହିକ ବିବାଦ ଓ ବିଚ୍ଛେଦ ମାମଲାରେ ଭରଣପୋଷଣ ଅର୍ଥ ପ୍ରଦାନ ନିମନ୍ତେ ନୂତନ ନୀତି ନିର୍ଦ୍ଧାରଣ କରବେ ସୁପ୍ରିମ୍‌ କୋର୍ଟ

ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣ ଓ ଅନୀତା ଶିନୋଏ ଆମିକସ୍‌ କ୍ୟୁରି ନିଯୁକ୍ତ

ନୂଆଦିଲ୍ଲୀ: ବିବାହ ବିଚ୍ଛେଦ ଓ ବୈବାହିକ ବିବାଦ ମାମଲାଗୁଡ଼ିକରେ ଭରଣପୋଷଣ ଅର୍ଥ ପ୍ରଦାନ ନିମନ୍ତେ ଏକ ନୂତନ ନୀତି ନିର୍ଦ୍ଧାରଣ କରିବା ପାଇଁ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ ଆଜି ନିଷ୍ପତ୍ତି ନେଇଛନ୍ତି। ଏହି ନୂତନ ନୀତି ନିର୍ଦ୍ଧାରଣ କରିବାରେ ସୁପ୍ରିମ୍‌ କୋର୍ଟଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ସୁପ୍ରିମ୍‌ କୋର୍ଟର ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣ ଓ ଅନୀତା ଶିନୋଏଙ୍କୁ ଶୀର୍ଷ ଅଦାଲତ ଆମିକସ୍‌ କ୍ୟୁରି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି।

ହସ୍ତଗତ ହୋଇଥିବା ମାମଲାର ବିବରଣୀରୁ ପ୍ରକାଶ, ଏକ ବିବାହ ବିଚ୍ଛେଦ ମାମଲାରେ ବମ୍ବେ ହାଇକୋର୍ଟ ଭରଣପୋଷଣକୁ ନେଇ ପ୍ରଦାନ କରିଥିବା ଏକ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌ କୋର୍ଟରେ ଏକ ମାମଲା ଆଗତ ହୋଇଥିଲା। ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଇନ୍ଦୁ ମାଲହେତ୍ରା ଓ ଜଷ୍ଟିସ୍‌ ଆର୍‌ ସୁଭାଷ ରେଡ୍ଡିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଆଜି ଏହି ମାମଲାର ବିଚାର କରିବା ଅବସରରେ ବିବାହ ବିଚ୍ଛେଦ ଓ ବୈବାହିକ ବିବାଦ ମାମଲାଗୁଡ଼ିକରେ ଭରଣପୋଷଣ ଅର୍ଥ ପ୍ରଦାନ ନିମନ୍ତେ ଏକ ନୂତନ ନୀତି ନିର୍ଦ୍ଧାରଣ କରିବା ପାଇଁ ଆବଶ୍ୟକତା ରହିଥିବା କହିଛନ୍ତି। ଏଥିସହ ଏହି ନୂତନ ନୀତି ନିର୍ଦ୍ଧାରଣ କରିବାରେ ସୁପ୍ରିମ୍‌ କୋର୍ଟଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ସୁପ୍ରିମ୍‌ କୋର୍ଟର ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣ ଓ ଅନୀତା ଶିନୋଏଙ୍କୁ ଶୀର୍ଷ ଅଦାଲତ ଆମିକସ୍‌ କ୍ୟୁରି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର