ଦିଲ୍ଲୀ ସଂପର୍କରେ ସୁପ୍ରିମକୋର୍ଟଙ୍କ ରାୟ ସମ୍ବିଧାନ ବିରୋଧୀ : ଅରବିନ୍ଦ କେଜରିଓ୍ଵାଲ

ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କ ସଂପର୍କରେ ସୁପ୍ରିମକୋର୍ଟଙ୍କ ରାୟ ନୈରାଶ୍ୟଜନକ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ । ସେ କହିଛନ୍ତି ଯେ ଏହି ରାୟ ସମ୍ବିଧାନର ବିରୋଧୀ । ଏହା ଦ୍ୱାରା ଦିଲ୍ଲୀବାସୀଙ୍କ ପ୍ରତି ଅବିଚାର ହୋଇଛି । ଏହା ବିରୋଧରେ ଅପିଲ କରାଯିବ ବୋଲି ସେ କହିଛନ୍ତି ।
ସୁପ୍ରିମକୋର୍ଟଙ୍କ ଉପରୋକ୍ତ ରାୟ ଆସିବା ପରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସେ କହିଛନ୍ତି ଯେ କେନ୍ଦ୍ରରେ ଥିବା ବିଜେପି ସରକାର ଦିଲ୍ଲୀରେ ଥିବା ଆପ ସରକାର ଆଗରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି । ସେ କହିଛନ୍ତି ଯେ ଏହା ଦୁର୍ଭାଗ୍ୟଜନକ ଯେ, ଗୋଟିଏ ସରକାର ୬୭ଟି ସିଟ ଜିତିଥିବା ଦଳ ଅଫିସରମାନଙ୍କୁ ବଦଳି କରିପାରିବ ନାହିଁ, କିନ୍ତୁ ମାତ୍ର ୩ଟି ସିଟ୍‌ ଜିତିଥିବା ଦଳ ପାଖରେ ଏହି ଅଧିକାର ରହିବ । ଏପରି ପରିସ୍ଥିତିରେ ଲୋକମାନେ ଆଗମୀ ନିର୍ବାଚନରେ ଆପକୁ ଭୋଟ ଦେଲେ ଏହି ସମସ୍ୟାର ସମାଧାନ କରିବାକୁ ସେ କହିଛନ୍ତି । ସୂଚନାଯୋଗ୍ୟ ଯେ ଦିଲ୍ଲୀରେ ଆପ ଓ ଉପରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ମତଭେଦ ପରେ ଆଦି ସୁପ୍ରିମକୋର୍ଟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଆସିଛି । ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି ରାଜ୍ୟପାଳଙ୍କ ପାଖରେ ଜମି, ପୁଲିସ ଓ ଆଇନଶୃଂଖଳା ପରିଚାଳନା କରିବାର କ୍ଷମତା ରହିବ । ଦିଲ୍ଲୀ ସରକାରଙ୍କ ପାଖରେ ରହିବ କାର୍ଯ୍ୟପାଳିକା କ୍ଷମତା । ସେହିପରି ବିଦ୍ୟୁତ୍ ବିଲ୍ ଦେୟ ଓ ଅନ୍ୟାନ୍ୟ ସେବା ପ୍ରସଙ୍ଗରେ ଦିଲ୍ଳୀ ସରକାରଙ୍କ ପାଖରେ ଅଧିକାର ରହିବ ବୋଲି କହିଛନ୍ତି ଦୁଇ ଜଣିଆ ଖଣ୍ଡପୀଠ ।

ସମ୍ବନ୍ଧିତ ଖବର