ରାଫେଲ ରାୟର ପୁନର୍ବିଚାର : ଆସନ୍ତା କାଲି ରାୟ ଶୁଣାଇବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆସନ୍ତା କାଲି ରାଫେଲ ବିମାନ କିଣା ସଂପର୍କିତ ରାୟର ପୁନଃସମୀକ୍ଷା ସଂପର୍କରେ ନିଜର ରାୟ ଶୁଣାଇବେ ସୁପ୍ରିମକୋର୍ଟ । ପୂର୍ବ ରାୟ ର ସମୀକ୍ଷା ପାଇଁ ସୁପ୍ରିମକୋର୍ଟରେ ୫ଟି ଆବେଦନ ଦାଏର ହୋଇଥିଲା ।

ଗତ ମାର୍ଚ୍ଚ ୧୪ରେ ସୁପ୍ରିମକୋର୍ଟ ଏହି ରାୟକୁ ସଂରକ୍ଷିତ ରଖିଥିଲେ । ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଏସ୍ କେ କୌଲ ଏବଂ ଜଷ୍ଟିସ୍ କେ ଏମ୍ ଯୋସେଫଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ, କହିଥିଲେ ଯେ ଆଗତ ରିଭ୍ୟୁ ପିଟିସନ୍ ଉପରେ କେନ୍ଦ୍ର ସରକାର ଯେଉଁ ସବୁ ଆପତ୍ତି ଓ ଅଭିଯୋଗ ଉଠାଇଛନ୍ତି ଓ ଏଥିରେ ‘ଲିକ୍ ଡକୁମେଣ୍ଟ’ ଥିବା କହି ଏହି ପିଟିସନ୍ର ବୈଧତା ଓ ଗ୍ରହଣୀୟତା ଉପରେ ଯେଉଁ ସବୁ କଥା କହିଛନ୍ତି, କୋର୍ଟ ପ୍ରଥମେ ତା’ର ବିଚାର କରିବେ।

ରାଫେଲ ରାୟର ପୁନଃ ସମୀକ୍ଷା ପାଇଁ ଆବେଦନ କର ଯଶବନ୍ତ ସିହ୍ନା, ଅରୁଣ ସୌରୀ ଏବଂ ପ୍ରଶାନ୍ତ ଭୂଷଣ ସୁପ୍ରିମ୍ କୋର୍ଟରେ ଯେଉଁ ରିଭ୍ୟୁ ପିଟିସନ୍ ଆଗତ କରିଥିଲେ ତା’ ଉପରେ କେନ୍ଦ୍ର ସରକାର ଏକ ସତ୍ୟପାଠ ଦାଖଲ କରିଥିଲେ। ସତ୍ୟପାଠରେ କେନ୍ଦ୍ର ସରକାର କହିଥିଲେ ଯେ
ସରକାରଙ୍କ ବିନା ଅନୁମତିରେ ଏହି ରିଭ୍ୟୁ ପିଟିସନ୍ରେ କେତେକ ସମ୍ବେଦନଶୀଳ ଦସ୍ତାବିଜର ଫଟୋ କପି ସଂଲଗ୍ନ କରାଯାଇଛି, ଯାହାକି ଦେଶର ନିରାପତ୍ତାକୁ ବିପନ୍ନ କରୁଛି। କେବଳ ସରକାରଙ୍କୁ ବଦନାମ କରିବା ସହ ଅଯଥା ବିଭ୍ରାନ୍ତି ସୃଷ୍ଟି ପାଇଁ ଆଗତ ଏହି ରିଭ୍ୟୁ ପିଟିସନ୍କୁ ଖାରଜ କରିଦେବାକୁ ନିବେଦନ କରିଥିଲେ।

ସମ୍ବନ୍ଧିତ ଖବର