ଏପଟେ ମହାରାଷ୍ଟ୍ର ନାଟକ ଚାଲିଥିବାବେଳେ ମଧ୍ୟପ୍ରଦେଶରେ କଂଗ୍ରେସ ପାଇଁ ଏକ ମୁଣ୍ଡବ୍ୟଥା ଆରମ୍ଭ ହେଲାଣି

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ନାଟକ ଉପରେ ଏବେ ସାରା ଦେଶବାସୀଙ୍କ ନଜର ରହିଛି । କିନ୍ତୁ ସେପଟେ କଂଗ୍ରେସ ଶାସିତ ମଧ୍ୟପ୍ରଦେଶରେ ଏକ ରାଜନୈତିକ ହଟଚମଟ ସୃଷ୍ଟିହେବା ଆଶଙ୍କା ଦେଖଦେଲାଣି ।

ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ହଠାତ ନିଜ ଟ୍ଵିଟର ହାଣ୍ଡଲରୁ କଂଗ୍ରେସକୁ ହଟେଇଦେଇଛନ୍ତି । ଏଥିରେ ନିଜ ନାଁ ତଳେ ଲେଖିଛନ୍ତି ‘ଜନସେବକ ଓ କ୍ରିକେଟପ୍ରେମୀ’ । ଏହାକୁ ନେଇ ସଂଦେହ ସୃଷ୍ଟି ହେବାରେ ଲାଗିଛି । ମଧ୍ୟପ୍ରଦେଶରେ କମଳନାଥଙ୍କ ନେତୃତ୍ୱରେ ସରକାର ଗଠନକୁ ସିନ୍ଧିଆ ମୂଳରୁ ହିଁ ବିରୋଧ କରିଆସୁଥିଲେ । ୨-୩ ଦିନତଳେ ସେ ଗୋପନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିବା ସଂଦେହ କରାଯାଉଛି । ଏହି ସାକ୍ଷାତ ପରେ ହିଁ ସେ କଂଗ୍ରେସକୁ ନିଜ ଟ୍ଵିଟର ହାଣ୍ଡଲରୁ ହଟେଇ ଦେଇଥିବା କୁହାଯାଉଛି । ତେବେ ଏପରି ଚର୍ଚ୍ଚା ନିରାଧାର ବୋଲି କହିଛନ୍ତି ସିନ୍ଧିଆ । କେନ୍ଦ୍ର ସରକାର କଶ୍ମୀରରୁ ଧାରା ୩୭୦ ଉଠାଇବାକୁ ସିନ୍ଧିଆ ସମର୍ଥନ କରିଥିଲେ ।

ସମ୍ବନ୍ଧିତ ଖବର