ବୈଜ୍ଞାନିକ ନିର୍ମାଣ କଲେ ଜୀବନ୍ତ କଂକ୍ରିଟ, ସ୍ୱତଃ ପୂରଣ ହୋଇଯିବ ଘରର ଫାଟ !

କଲରାଡୋ: ଲୋକଙ୍କ ଘର ଭାଙ୍ଗିଗଲେ ଏହାର ନିର୍ମାଣ ପାଇଁ ସିମେଣ୍ଟ, ବାଲି ସହ ଗୋଡିର ଆବଶ୍ୟକତା ପଡିଥାଏ | ସେହିପରି ଘରକୁ ଅଧିକ ଦୃଢ କରିବା ପାଇଁ କଂକ୍ରିଟ( ସିମେଣ୍ଟ-ବାଲି-ଗୋଡିର ମିଶ୍ରଣ)କୁ ମଧ୍ୟ ବ୍ୟବହାର କରାଯାଏ | ଏବେ ବୈଜ୍ଞାନିକମାନେ ଏମିତି ଏକ କଂକ୍ରିଟ ପ୍ରସ୍ତୁତ କରିଛନ୍ତି ଯାହାକି ବ୍ୟବହାର କରିବା ଦ୍ୱାରା ଏହା ସ୍ୱତଃ ଫାଟକୁ ଭର୍ତ୍ତି କରିଦେବ | ଘରେ ଯଦି କୌଣସି ଫାଟ ସୃଷ୍ଟି ହେବ ଏହି କଂକ୍ରିଟ ସ୍ୱତଃ ତାହାକୁ ପୂରଣ କରିଦେବ  ଓ  କାନ୍ଥକୁ ଏହାର ପୂର୍ବ ଅବସ୍ଥାକୁ ଫେରାଇଆଣିବ | ଅର୍ଥାତ ଜୀବନ୍ତ ଭଳି ଏହି କଂକ୍ରିଟ ଫାଟ ଭିତରେ ଥିବା ଖାଲିସ୍ଥାନକୁ ଖୋଜି ତାହାକୁ ପୂରଣ କରିଦେବ।  ଏହି କଂକ୍ରିଟ ସୂର୍ଯ୍ୟ କିରଣ, ଧୂଳି ଓ ପାଣିରେ ନିଜକୁ ବିକଶିତ କରିପାରିବ |

Photo-University Of colorado

ଆମେରିକାର କଲରାଡୋ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଡାକ୍ତର ବିଲ ସୃବର ଓ ତାଙ୍କ ଟିମ ଏଭଳି ଜୀବନ୍ତ କଂକ୍ରିଟର ନିର୍ମାଣ କରିଛନ୍ତି | ଏହି କଂକ୍ରିଟ ପ୍ରସ୍ତୁତ କରିବା ପାଇଁ ଏକ ସ୍ୱତନ୍ତ୍ର ପ୍ରକାରର ବ୍ୟାକ୍ଟେରିଆ ବ୍ୟବହାର କରାଯାଇଛି | ଏହି ବ୍ୟାକ୍ଟେରିଆ ସୂର୍ଯ୍ୟ କିରଣ, ଧୂଳି ଓ ପାଣିରେ ନିଜକୁ ବିକଶିତ କରିପାରିବ | ଯଦି କେବେ କାନ୍ଥରେ ଫାଟ ସୃଷ୍ଟି ହୁଏ ତେବେ ଏହି ବ୍ୟାକ୍ଟେରିଆମାନେ କାନ୍ଥକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିପାରିବେ |

Photo-University Of colorado

ଏହି ବ୍ୟାକ୍ଟେରିଆର ନାମ ସାୟାନୋବ୍ୟାକ୍ଟେରିଆ ହୋଇଥିବା ବେଳେ ଆଲୋକ ସଂସ୍ଲେସଣ(ଫଟୋ ସିନ୍ଥେସିସ) ପ୍ରକ୍ରିୟାରେ ନିଜକୁ ଜୀବିତ ରଖିପାରିବ | ବୈଜ୍ଞାନିକ ଡାକ୍ତର ବିଲ ସୃବର କହିଛନ୍ତି ଯେ ଏଭଳି କଂକ୍ରିଟକୁ ଯେ କୌଣସି ଆକାର ଦେଇହେବ | ଏହି ପ୍ରକ୍ରିୟାରେ ବ୍ୟାକ୍ଟେରିଆରେ ଗରମ ପାଣି, ବାଲି, ସିମେଣ୍ଟ ସହ ପୋଷକ ତତ୍ୱ ଓ ଜିଲୋଟିନ ମିଶାଯାଇଥାଏ | ଜିଲୋଟିନ ମିଶାଇବା ଦ୍ୱାରା ବ୍ୟାକ୍ଟେରିଆ ଖୁବ ଶୀଘ୍ର ଦୃଢ କଂକ୍ରିଟ କରିଦେଇଥାଏ | ଯଦି କେବେ କାନ୍ଥରେ ଫାଟ ସୃଷ୍ଟି ହୋଇଥାଏ, ଏହି ବ୍ୟାକ୍ଟେରିଆ ସୂର୍ଯ୍ୟ କିରଣ ଓ ଧୂଆଁକୁ ଆକର୍ଷିତ ହୋଇ ସେହି ଫାଟକୁ ଭରିଦେଇଥାଏ |

ସମ୍ବନ୍ଧିତ ଖବର