ପରଲୋକରେ ‘ଗ୍ଲୋବାଲ୍‌ ଓ୍ଵାର୍ମିଙ୍ଗ୍‌’ ଶବ୍ଦକୁ ଜନପ୍ରିୟ କରିଥିବା ବୈଜ୍ଞାନିକ

ନ୍ୟୁୟର୍କ: ‘ଗ୍ଲୋବାଲ୍‌ ଓ୍ଵାର୍ମିଙ୍ଗ୍‌’ ବା ‘ବିଶ୍ୱ ତାପାୟନ’ ଶବ୍ଦକୁ ଜନପ୍ରିୟ କରିଥିବା ଜଳବାୟୁ ସମ୍ବନ୍ଧିତ ବୈଜ୍ଞାନିକ ଓ୍ଵାଲେସ୍‌ ସ୍ମିଥ୍‌ ବ୍ରୋଇକର୍‌ଙ୍କର ୮୭ ବର୍ଷ ବୟସରେ ପରଲୋକ ହୋଇ ଯାଇଛି।

କଲମ୍ବିଆ ବିଶ୍ୱବିଦ୍ୟାଳୟ ତରଫରୁ କୁହାଯାଇଛି ଯେ ଦୀର୍ଘ କାଳ ଧରି ପ୍ରଧ୍ୟାପକ ଓ ଗବେଷକ ଥିବା େଓ୍ଵଲେସ୍‌ ସୋମବାର ଦିନ ନ୍ୟୁୟର୍କ ସିଟି ହସ୍‌ପିଟାଲ୍‌ରେ ଇହଧାମ ଛାଡ଼ିଛନ୍ତି।

ବିଶ୍ୱବିଦ୍ୟାଳୟର ଲାମଣ୍ଟ୍‌-ଡୋର୍‌ଟି ଆର୍ଥ ଅବ୍‌ଜର୍‌ଭେଟରିର ମୁଖପାତ୍ର ବ୍ରୋଇକର୍‌ ଗତ କିଛି ମାସ ହେବ ଅସୁସ୍ଥ ଥିଲେ।

ବାୟୁମଣ୍ଡଳରେ କାର୍ବନ୍‌ ଡାଇଅକ୍‌ସାଇଡ୍‌ ସ୍ତର ବୃଦ୍ଧି ପାଇବା ଯୋଗୁଁ ଉତ୍ତାପ ବଢ଼ିବ ବୋଲି ଭବିଷ୍ୟବାଣୀ କରି ୧୯୭୫ ମସିହାରେ ସେ ଏକ ପ୍ରବନ୍ଧ ଉପସ୍ଥାପନ କରି ସେ ‘ଗ୍ଲୋବାଲ୍‌ ଓ୍ଵାର୍ମିଙ୍ଗ୍‌’ ଶବ୍ଦକୁ ସାଧାରଣ ବ୍ୟବହାରକୁ ଆଣିଥିଲେ।

ସମୁଦ୍ର ସ୍ରୋତ କରାଉଥିବା ଜଳ ଓ ପୋଷକତତ୍ତ୍ୱ ପ୍ରସାରଣ, ଯାହାକୁ ‘ଓସେନ୍‌ କନ୍‌ଭେୟର୍‌ ବେଲ୍‌ଟ୍‌’ କୁହାଯାଏ, ତାହା ମଧ୍ୟ ବ୍ରୋଇକର୍‌ ପ୍ରଥମେ ଚିହ୍ନଟ କରିଥିଲେ।

୧୯୩୧ ମସିହାରେ ସିକାଗୋରେ ଜନ୍ମିତ ବ୍ରୋଇକର୍‌ ଉପନଗରୀ ଓକ୍‌ ପାର୍କ ଠାରେ ଲାଳିତପାଳିତ ହୋଇଥିଲେ।

କଲମ୍ବିଆର ଅଧ୍ୟାପକ ଭାବେ ସେ ୧୯୫୯ ମସିହାରେ ଯୋଗ ଦେଇଥିଲେ। ବିଜ୍ଞାନ ପରିସରରେ ସେ ‘ଜଳବାୟୁ ବିଜ୍ଞାନର ଜେଜେବାପା’ ଭାବେ ସୁପରିଚିତ।

ସମ୍ବନ୍ଧିତ ଖବର