୨ ବର୍ଷ ପର୍ଯ୍ୟନ୍ତ ୫ଜଣ ବୃଦ୍ଧଙ୍କୁ ଦିଆଗଲା ଭାଏଗ୍ରା, ଦୁଇ ବର୍ଷ ପରେ ଏହାର ପ୍ରଭାବ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଗବେଷକ

ନୂଆଦିଲ୍ଲୀ : ସାରା ବିଶ୍ୱରେ ଭାଏଗ୍ରା ବଟିକାକୁ ଯୌନ ସମ୍ବନ୍ଧ ପୂର୍ବରୁ ଲୋକମାନେ ବ୍ୟବହାର କରିଥାନ୍ତି। କିନ୍ତୁ ଆମେରିକାରେ ଏହାକୁ ଭିନ୍ନ ଉପାୟରେ ବ୍ୟବହାର କରାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୫ ଜଣ ବୃଦ୍ଧଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ପ୍ରତିଦିନ ଭାଏଗ୍ରା ଖାଇବାକୁ ଦିଆ ଯାଇଥିଲା । ଦୁଇ ବର୍ଷ ପରେ ଯେଉଁ ଫଳାଫଳ ମିଳିଥିଲା ତାହା ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

Pinterest

ବୈଜ୍ଞାନିକଙ୍କ କହିବା ଅନୁଯାୟୀ,ଭାଏଗ୍ରା ଦୃଷ୍ଟିଶକ୍ତିକୁ ମଜବୁତ୍‌ କରିବା ସହ ଦୀର୍ଘ ଦିନ ପର୍ଯ୍ୟନ୍ତ ଆଖିକୁ ସୁସ୍ଥ ରଖିଥାଏ । ସୂଚନା ମୁତାବକ,ନିୟୁର୍କର କୋଲମ୍ବିଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ରିସର୍ଚ ପାଇଁ ୫ଜଣ ବୃଦ୍ଧଙ୍କୁ ବାଛିଥିଲେ । ଏହି ୫ଜଣଙ୍କୁ ୨ବର୍ଷ ପର୍ଯ୍ୟନ୍ତ ପ୍ରତିଦିନ ୨ଟି ଭାଏଗ୍ରା ବଟିକା ଖାଇବାକୁ ଦିଆ ଯାଇଥିଲା । ଦୁଇ ବର୍ଷ ପରେ ୫ ଜଣ ବୃଦ୍ଧଙ୍କ ଦୃଷ୍ଟିଶକ୍ତିରେ ସୁଧାର ଆସିଥିବା ଦେଖା ଯାଇଥିଲା । ପୂର୍ବ ଅପେକ୍ଷା ସେମାନେ ଭଲ ଭାବରେ ଦେଖିପାରି ଥିଲେ ବୋଲି ଜଣାପଡ଼ିଥିଲା । ଏହି ପରୀକ୍ଷା ପରେ ଭାଏଗ୍ରା ଦୃଷ୍ଟି ଶକ୍ତି ଫେରାଇବାରେ ସକ୍ଷମ ବୋଲି ବୈଜ୍ଞାନିକମାନେ ପ୍ରମାଣ କରିଥିଲେ। ତେବେ ଏହି ଗବେଷଣା ଖୁବ୍‌ ଛୋଟ ଥିବାରୁ କୌଣସି ନିଷ୍କର୍ଷରେ ପହଞ୍ଚିବା ପୂର୍ବରୁ ଏ ନେଇ ଏକ ବଡ଼ ଗବେଷଣା କରିବା ଦରକାର ବୋଲି କହିଛନ୍ତି ରୟାଲ କଲେଜ ଅଫ୍‌ ଓପ୍‌ଥାଲମୋଲୋଜିଷ୍ଟ ପ୍ରଫେସର ଶୋଭା ଶିବ୍‌ପ୍ରସାଦ ।

ସମ୍ବନ୍ଧିତ ଖବର