କିର୍ଗିଜସ୍ତାନ ଅଭିମୁଖେ ଯାତ୍ରା କରିଲେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ, ମୋଦୀଙ୍କ ବିମାନ ପାକିସ୍ତାନ ଆକାଶ ଦେଇ କିର୍ଗିଜସ୍ତାନ ଯାଉନାହିଁ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଯୋଗ ଦେବାକୁ କିର୍ଗିଜସ୍ତାନ ଗସ୍ତ କରିଛନ୍ତି । କିର୍ଗିଜସ୍ତାନ ବିଶକେକରେ ଆଜିଠୁ ଆରମ୍ଭ ହେଉଛି ଏସସିଓ ସମ୍ମିଳନୀ । ଆଜି ସକାଳୁ କିର୍ଗିଜସ୍ତାନ ଅଭିମୁଖେ ଯାତ୍ରା କରିଛନ୍ତି ମୋଦୀ । ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପ୍ରଥମ ଥର ପାଇଁ ଯୋଗ ଦେଉଛନ୍ତି । ସେହିପରି ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଯୋଗ ଦେବେ ।

photo-the indian express
ସମ୍ମିଳନୀ ମାଧ୍ୟମରେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ । ସାଧାରଣ ନିର୍ବାଚନ ୨୦୧୯ରେ ବିଜେପିକୁ ବଡ଼ ବିଜୟ ମିଳିବା ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ହେବ ପ୍ରଥମ ବୈଠକ । ତେବେ ମୋଦୀଙ୍କ ବିମାନ ପାକିସ୍ତାନ ଆକାଶ ଦେଇ କିର୍ଗିଜସ୍ତାନ ଯାଇ ନାହିଁ । ମୁମ୍ବାଇଠାରୁ ଓମାନ ରାସ୍ତାରେ ବିଶକେକରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ।

କିର୍ଗିଜସ୍ତାନ ରାଜଦୂତ କହିଛନ୍ତି, ଭାରତ ଓ କର୍ଗିଜସ୍ତାନର ସମ୍ପର୍କ ଐତିହାସିକ । ଉଭୟ ଦେଶ ମଧ୍ୟରେ ଦୀର୍ଘ ସମୟ ଧରି ସୁମ୍ପର୍କ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୫ରେ ମଧ୍ୟ କିର୍ଗିଜସ୍ତାନ ଗସ୍ତ କରିଥିଲେ । ଆଉ ଏବେ ୪ ବର୍ଷ ପରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିର୍ଗିଜସ୍ତାନ ଗସ୍ତ କରିଛନ୍ତି । ସୂଚନାଯୋଗ୍ୟ ୧୦ ଦିନ ପୂର୍ବରୁ କିର୍ଗିଜସ୍ତାନ ରାଷ୍ଟ୍ରପତି ଜୀନବେକୋବ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର