ଦୁର୍ବଳ ହେଲା ସାମୁଦ୍ରିକ ଝଡ଼ ‘ସାଗର’; ତଥାପି ପ୍ରଭାବ ପକାଇବ ଭାରତରେ: ସତର୍କ ସୂଚନା ଜାରି କଲା ଆଇଏମ୍‌ଡି

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ସାଗର ଗଲଫ୍‌ ଅଫ୍‌ ଏଡେନ୍‌ରେ ଅବପାତରେ ପରିଣତ ହେବା ପରେ ଆଜି ଲଘୁଚାପର ରୂପ ନେବା ସହ ସୋମାଲିଆ ଦେଇ ଉପକୂଳ ଅତିକ୍ରମ କରିବ ବୋଲି ରବିବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଘୋଷଣା କରିଛି। ସାମୁଦ୍ରିକ ଝଡ଼ ସାଗର ଗତ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୮ କିଲୋମିଟର୍‌ ବେଗରେ ଦକ୍ଷିଣ ପଶ୍ଚିମ ଦିଗକୁ ଗତି କରୁଛି ବୋଲି କହିଛି ଆଇଏମ୍‌ଡି। ଏହା ପଶ୍ଚିମ- ଦକ୍ଷିଣପଶ୍ଚିମ ଦିଗକୁ ଗତି କରି ଆଗାମୀ ୬ ଘଣ୍ଟା ମଧ୍ୟରେ କ୍ରମଶଃ ଦୁର୍ବଳ ହୋଇ ଯିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କହିଛି ଆଇଏମ୍‌ଡି।


ତେବେ, ଏହି ସାମୁଦ୍ରିକ ଝଡ଼ ସାଗରର ପ୍ରଭାବରେ ଦେଶର ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପ ଉପରେ ଏହାର ପ୍ରଭାବ ଅନୁଭୂତ ବୋଲି ଗତକାଲି ଠାରୁ ଆଇଏମ୍‌ଡି ସତର୍କ ସୂଚନା ଜାରି କରିଥିବା ବେଳେ ଆଜି ଆଉ ଏକ ନୂତନା ସତର୍କ ସୂଚନା ଜାରି କରିଛି। ଆଇଏମ୍‌ଡି ପକ୍ଷରୁ ଆଜି ଜାରି ହୋଇଥିବା ଏହି ନୂତନ ସତର୍କ ସୂଚନାରେ ଏହାର ପ୍ରଭାବରେ ଜମ୍ମୁ- କଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ ସମେତ ଦେଶର ଉତ୍ତର ପଶ୍ଚିମ ଭାଗରେ ଥିବା କିଛି ଅଞ୍ଚଳରେ ଭୀଷଣ ଘୂର୍ଣ୍ଣଝଡ଼ ସହ ପ୍ରବଳ ବେଗରେ ପବନ ବହିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର