ଇଜିପ୍ଟରେ ଏହି ରହସ୍ୟମୟ କଫିନ ଆବିଷ୍କାର ହୋଇଛି, ଏହାକୁ ଖୋଲିବାକୁ ସ୍ଥାନୀୟ ଲୋକେ ବାରଣ କରୁଛନ୍ତି, କାରଣ ଜାଣନ୍ତୁ

କାଇରୋ : ଇଜିପ୍ଟରେ ୨ ହଜାର ବର୍ଷ ତଳର ଏକ ରହସ୍ୟମୟ ପଥର କଫିନର ସନ୍ଧାନ ମିଳିଛି । ଆଲେକଜାଣ୍ଡ୍ରିଆ ସହର ନିକଟବର୍ତ୍ତି ଏକ ସ୍ଥାନରୁ ମିଳିଥିବା ଏହି କଫିନ ଭିତରେ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ମମି ଥାଇପାରେ ବୋଲି ପ୍ରତ୍ନତତ୍ତ୍ୱବିତମାନେ ସଂଦେହ କରୁଛନ୍ତି । ବିଶେଷକରି ଏହା ବିଶ୍ୱବିଜୟୀ ଆଲେକଜାଣ୍ଡାରଙ୍କ ମମି ହୋଇଥାଇପାରେ ବୋଲି ସଂଦେହ କରାଯାଉଛି । ତେବେ ଏହା ଖ୍ରୀଷ୍ଟପୂର୍ବ ୩୫୦ରୁ ଖ୍ରୀଷ୍ଟପୂର୍ବ ୩୦ ମଧ୍ୟରେ କୌଣସି ଏକ ସମୟର ବୋଲି ଅନୁମାନ କରାଯାଉଛି । ଆଶ୍ଚର୍ଯ୍ୟର କଥା ହେଉଛି ପ୍ରାୟ ୨ ହଜାର ବର୍ଷ ତଳର ହୋଇଥିଲେ ମଧ୍ୟ ଏହି ପଥର କଫିନଟି ଅକ୍ଷୁର୍ଣ୍ଣ ରହିଛି । ୯.୮ ଫୁଟ ଲମ୍ବ ଏହି କଫିନକୁ ଏପର୍ଯ୍ୟନ୍ତ ଖୋଲାଯାଇନାହିଁ ।

କିନ୍ତୁ ଏହାକୁ ଖୋଲିବାକୁ ନେଇ ଏବେ ବିବାଦ ଦେଖାଦେଇଛି । ମିଶରର ସ୍ଥାନୀୟ ଲୋକ ଏହାକୁ ଖୋଲିବାକୁ ବାରଣ କରୁଛନ୍ତି । ମମି ଥିବା ସବୁ କଫିନ ଶାପିତ ହୋଇ ରହିଥାଏ । ସେଗୁଡ଼ିକୁ ଖୋଲିଲେ ବିପଦ ମାଡିଆସିବ ବୋଲି ସ୍ଥାନୀୟ ଲୋକ ଭୟ କରୁଛନ୍ତି । ସେମାନଙ୍କ ମତରେ ମମି ଗୁଡ଼ିକ ଚିରନିଦ୍ରାରେ ଶୋଇଛନ୍ତି, ସେମାନଙ୍କ ନିଦରେ ବ୍ୟାଘାତ କରାଯିବା ଉଚିତ ନୁହେଁ । ଅନ୍ୟପକ୍ଷରେ କେତେକ ଏହାକୁ ନେଇ ସୋସିଆଲ ମିଡିଆରେ ଲୋକମାନେ କୌତୁକ କରିଛନ୍ତି । କେତେକ ହଲିଉଡର ହିଟ୍‌ ଫିଲ୍ମ ‘ଦି ମମି’କୁ ଉଦ୍ଧାର କରି କହିଛନ୍ତି ଯେ ଏହି କଫିନ ଖୋଲିଲେ ଉକ୍ତ ଫିଲ୍ମର କାହାଣୀ ସତ ହୋଇଯିବ ।

ତେବେ ଏସବୁ ବାରଣ ନମାନି ପ୍ରତ୍ନତତ୍ତ୍ୱବିତମାନେ ଉକ୍ତ କଫିନକୁ ଖୋଲିଥିବା ଜଣାଯାଇଛି । ସେଥିରେ ଏକ ମମି ଥିବା ଜଣାପଡିଛ । ଯାହାର ସଂପୂର୍ଣ୍ଣ ଶରୀର ଅକ୍ଷୁର୍ଣ୍ଣ ଥିବା ଜଣାଯାଇଛି । ଏ ନେଇ ଅଧିକ ଗବେଷଣା ଚାଲିଛି ।

ସମ୍ବନ୍ଧିତ ଖବର